STORYMIRROR

Bharatabandhu Biswal

Tragedy Classics Inspirational

3  

Bharatabandhu Biswal

Tragedy Classics Inspirational

ଦୟାସାଗର

ଦୟାସାଗର

1 min
122


ଦୀନବନ୍ଧୁ ଅବତର

ସୁଦର୍ଶନ ହସ୍ତେ ପ୍ରଭୁ ଜଗନ୍ନାଥ

କଳକୀ ଶରୀର ଧର ।


ଶୀତ କାକରରେ ନ ପାହୁଣୁ ରାତି

ସଅଳ ପକାଇ ବୁଡ଼

ତୋର ବଡ଼ଦାଣ୍ଡ ସି°ହ ଦୁଆରରୁ

କରୁଛି ଦଣ୍ଡ ଜୁହାର

ବଢେ ପାପତାପ ଘୋର କଳିକାଳ

ଉଦ୍ଧର ଦୟାସାଗର ।


କେତେ ଦିନ ଆଉ ସହିବୁ କଷଣ

ଚାହିଁଥିବୁ ଜଳଜଳ

ବିଚରା ଭକତ ଦରଶନ ବିନା

ଆତୁରେ ହେବ ବିକଳ

ଦୂର କର ପ୍ରଭୁ ରୋଗ ମହାମାରୀ

ସିଂହ ଦୁଆରକୁ ଖୋଲ ।


ନୀଳଚକ୍ରେ ଉଡେ ପତିତପାବନ

ସ୍ୱାମୀ ଶ୍ରୀପୁରୁଷୋତ୍ତମ

ହୋଇ ଚଉବାହା ନୀଳ କନ୍ଦରରେ

ନୀରବେ ଅଛ ମଉନ

ଫେଡ଼ନ୍ତୁ ଆରତ ଖଣ୍ଡନ୍ତୁ ଦୂରିତ

ପ୍ରଭୁ ଦୟାର ସାଗର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy