The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

KRUTIBAS NAYAK

Inspirational

4  

KRUTIBAS NAYAK

Inspirational

ଦୁର୍ଯ୍ୟୋଗକୁ ଆମେ ସୁଯୋଗ କରିବା

ଦୁର୍ଯ୍ୟୋଗକୁ ଆମେ ସୁଯୋଗ କରିବା

1 min
1


କରୋନା ଆସିଲା ତାଲା ବନ୍ଦହେଲା ସବୁଆଡ଼େ ଶୂନଶାନ,

ବୁଦ୍ଧିଥିବା ଲୋକ ଘରେ କାମ କରେ ନାହିଁ ତା'ର ଅଭିମାନ |


ଅପୂର୍ବ ସୁଯୋଗ ସମସ୍ତଙ୍କ ପାଇଁ ବାକି କାମ କରିବାକୁ,

ଜୀବନ ଶୈଳୀର ପରିବର୍ତ୍ତନରେ ଶିଖାଏ ସଂଯମତାକୁ


ତାଲାବନ୍ଦକୁ ସୁଯୋଗ ମଣିଲେ, ଗ୍ଲାନି ଆସିବନି ମନେ,

ପିଲାଙ୍କ ସହିତ ସମ୍ପୂର୍ଣ୍ଣ ସମୟ ଦେବାକୁ ମିଳେନା ଦିନେ |


ଗୀତ-ନାଚ ପୁଣି ସୃଜନ କଳାକୁ ମିଳେନା ସମୟ କେବେ,

ଯାହା ଥିଲା ଇଚ୍ଛା ପୂରଣ ହୋଇନି ତାକୁ କରିନେବା ଏବେ |


ପାଠପଢ଼ା ବହି ଖାଲି ପଢିବାକୁ ପିଲାଙ୍କୁ ସେ ଦଣ୍ଡ ସତେ,

ଯେଉଁ ଭଲ ବହି ପଢ଼ିହେଇ ନାହିଁ ପଢ଼ି ନେବା ଅଛି ଯେତେ |


ସୁଆଦିଆ ଖାଦ୍ୟ ତିଆରି କରିବା, ରୋଷେଇ ଶିଖିବା ପାଇଁ,

ସବୁଠାରୁ ଭଲ ସମୟ ଏଇଟା ଘର ସଜାଡ଼ିବା ରହି |


ଗଛ ଲଗାଇବା ବଗିଚା କରିବା କାମ ପାଇଁ ନାହିଁ ମନା,

ଅସହାୟ ପାଇଁ ସେବା କରିବାକୁ ଅପୂର୍ବ ସୁଯୋଗ ସିନା |


କଥା ହେବାପାଇଁ ସ୍ନେହ ଦେବାପାଇଁ କେହି ମନା କରି ନାହିଁ,

ଠାକୁରଙ୍କୁ ପୂଜା ଯୋଗ ପ୍ରାଣାୟାମ କରୁଥିବା ଘରେ ରହି |


ଅଯଥା ଖରଚ କମିଯିବ ନିଶ୍ଚେ ପରିବେଶ ସୁରକ୍ଷିତ,

ଅମାନିଆ ଆଉ ଅଯଥା ଗହଳି ହୋଇଯିବ ସଂକୁଚିତ |


ଅର୍ଥହାନୀ ପୁଣି ପ୍ରାଣପୀଡ଼ା ଦିଏ ଫାଷ୍ଟଫୁଡ଼ ନିଶାପାଣି,

ମିଳୁନାହିଁ ବୋଲି ନିଶାଖୋର ମାନେ ନିଜେ ସୁଧୁରି ଯିବେଣି |


ନିଜପାଇଁ ନୁହେଁ ପରିବାର ପାଇଁ ନିଜ ଲୋକ ଦେଶପାଇଁ,

ନିଜେ ସୁସ୍ଥ ରୁହ ଅନ୍ୟକୁ ବଞ୍ଚାଅ କରୋନା ଯିବ ପଳାଇ |



Rate this content
Log in

Similar oriya poem from Inspirational