ଦୁର୍ନୀତି
ଦୁର୍ନୀତି


ସୁଜଳା ସୁଫଳା ଅରଣ୍ୟ କୁନ୍ତଳା
ତଟିନୀ ମେଖଳା ଭୂଇଁ
ନୀତିହୀନତାର ବୀଜ ବିପନରେ
ନିତି କାନ୍ଦେ କଇଁ କଇଁ। {୧}
ଲାଛ, ମିଛ ଶଠ ବଢିବଢି ଯାଏ
ସତ୍ୟତାର ଅବରୁଦ୍ଧ
ଭୋଗବାଦୀ ସଭ୍ୟ ବିଳାସମୟରେ
ହୋଇଛିରେ ଆଜି ଅନ୍ଧ। {୨}
ଦୁର୍ନୀତି ରାକ୍ଷସ ସର୍ବଗ୍ରାସ କରି
ଆତ୍ମା ତାର କଳୁଷିତ
ଶୋଷ
ଣ ପେଷଣ ବିଚ୍ଛିନ୍ନ ସଂପର୍କ
ସତ୍ୟ ନୀତି ସେବା ଅନ୍ତ। {୩}
ନିରୀହ ଜନତା ଭୟେ ଆତଙ୍କିତ
ଅର୍ଥ ବାହୁର କ୍ଷମତା
ଦୁର୍ନୀତି ସନ୍ତାନ ଅପରାଧ ସାଜି
ହତ୍ୟା କରୁଛି ମମତା। {୪}
ଦୁର୍ନୀତି ଖୋରର କରିବା ବିରୋଧ
ତ୍ୟାଗ କରି ମୋହମାୟା
ଅପସରି ଯିବ ଭ୍ରଷ୍ଟାଚାର ଦେଶୁ
ଦୁର୍ନୀତିର କାଳଛାୟା। {୫}