ଦୁର୍ଗତିନାଶିନୀ ଜୟ ମା ଭବାନୀ
ଦୁର୍ଗତିନାଶିନୀ ଜୟ ମା ଭବାନୀ
ଦୁର୍ଗତିନାଶିନୀ ଜୟ ମା ଭବାନୀ
କାଳରାତ୍ରୀ ଭୟଙ୍କରୀ
ମହିଷାମର୍ଦ୍ଦିନୀ ଅଭୟ ଦାୟିନୀ
ସିଦ୍ଧିଦାତ୍ରୀ ମହାଗୌରୀ l
ଦୁଃଖ ବିନାଶିନୀ ମଙ୍ଗଳ କାରିଣୀ
ଆଦି ଶକ୍ତି ଦୁର୍ଗାମାତା
ଶକ୍ତି ସ୍ୱରୂପିଣୀ ତୁ ବ୍ରହ୍ମଚାରିଣୀ
ତୁହି ଉମା ସ୍କନ୍ଧମାତା l
ମାତା ବୀଣାପାଣି ସତ୍ୟ ସନାତନୀ
ଅପର୍ଣ୍ଣା ତାରା ବିମଳା
ଦେବୀ କାତ୍ୟାୟିନୀ ତୁହି ମା ତାରିଣୀ
ଶୈଳପୁତ୍ରୀ ମା ମଙ୍ଗଳା l
ମାତୃ ସ୍ୱରୂପିଣୀ ଜଗତ ଜନନୀ
ଦିଅ ମାତା ସଦଜ୍ଞାନ
କଲ୍ୟାଣ କାରିଣୀ ତ୍ରିଶୁଳ ଧାରିଣୀ
ଅଜ୍ଞାନ କର ନାଶନ l
ସତ୍ୟ ସ୍ୱରୂପିଣୀ ଶାନ୍ତି ସ୍ୱରୂପିଣୀ
ତୋର ପାଦେ ନିବେଦନ
ଧର୍ମ ସ୍ୱରୂପିଣୀ ସନ୍ତୋଷ ଦାୟିନୀ
ହଟାଇ ଦିଅ କଷଣ l
