STORYMIRROR

Lokanath Rath

Inspirational Others

3  

Lokanath Rath

Inspirational Others

ଦୁର୍ଗତି ନାଶିନୀ

ଦୁର୍ଗତି ନାଶିନୀ

1 min
159

ଦୁଃଖ ବିନାଶିନୀ ସଙ୍କଟ ତାରିଣୀ 

ଦୁର୍ଗତି ନାଶିନୀ ମା ଦୁର୍ଗେ,

ପାପ ନାଶିନୀ ଘର୍ଘର ନାଦିନୀ 

ଶାନ୍ତି ଦାୟିନୀ ମା ଦୁର୍ଗେ.


ଦୈତ୍ୟ ନାଶିନୀ ସିଂହ ବାହିନୀ 

ଶୁଭଙ୍କରୀ ତୁ ମା ଦୁର୍ଗେ,

ଆଶୀଷ ଦାୟିନୀ ମୋକ୍ଷ ଦାୟିନୀ

ମୁଣ୍ଡ ମାଳିନୀ ମା ଦୁର୍ଗେ.


ଯୁଗେ ଯୁଗେ ତୁ ଅବତାରିଣୀ 

ମହାଦେବୀ ତୁ ମା ଦୁର୍ଗେ,

ସର୍ବଂସହା ସ୍ନେହ ଦାୟିନୀ

ମମତାର ଛବି ମା ଦୁର୍ଗେ.


ଏସନ ଆସିଲୁ ଅଭିମାନିନୀ

ଦର୍ଶନ ନ ଦେଲୁ ମା ଦୁର୍ଗେ,

ଚେତାଇ କି ଦେଲୁ ମାନିନୀ 

ଅଧର୍ମ ନାଶିବୁ ମା ଦୁର୍ଗେ.


ଦେବାଳୟ ଠାରୁ ତୋ ପୀଠ ଜନନୀ 

ଦର୍ଶନୁ ବଞ୍ଚିତ ହେଲେ ସର୍ବେ ,

ଜନ ମାନସ ରେ କାତର ଭରିଲୁ 

କରୋନା ହରିବୁ ମା ଦୁର୍ଗେ.


ରାଜରାସ୍ତା ଆଜି ଗହଳି ଦେଖୁନି

କୋଳାହଳର ଶବ୍ଦ ଶୁଭୁନି ,

ଅଜଣା ବ୍ୟାଧି ତ ଯାଉନି

ପାର୍ବଣର ନିଶା ବି ଧରୁନି.


ଦୁଖୀ ରଙ୍କୀଙ୍କର କଷ୍ଟ କି ଦିଶୁନି 

କେତେ ଆର୍ତ୍ତନାଦ କି ଶୁଭୁନି ,

ଲୋତକ ତ ଆଜି ଚକ୍ଷୁ ଭେଦୁନୀ

ସଂସାରୁ ଅନେକ ମେଲାଣି ନେଲେଣି .


ତୁ ତ ମା ସର୍ବ ଦୁଃଖ ହାରିଣୀ

ଦୁର୍ଗତି ନାଶିନୀ ମା ଦୁର୍ଗେ,

ତରିବୁ ନାଶିବୁ ପାଳିବୁ ମା

ରକ୍ଷାକର ଦୁର୍ଗତି ନାଶିନୀ ଦୁର୍ଗେ.


ଆତୁରେ ଡ଼ାକୁଛୁ ଶରଣ ଯାଉଛୁ 

ରକ୍ଷା କର ଗୋ ମା ଦୁର୍ଗେ,

ସନ୍ତାନ ଡାକୁଛି ପାର୍ବଣ ଲାଗିଛି 

ତ୍ରାହିମାଂ ଦୁର୍ଗତି ନାଶିନୀ ଦୁର୍ଗେ.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational