STORYMIRROR

Kabiratna Nutan Kumar Behera

Action Inspirational

4  

Kabiratna Nutan Kumar Behera

Action Inspirational

ଦୁର୍ବିସହ ଜୀବନ

ଦୁର୍ବିସହ ଜୀବନ

1 min
238

       

ଅସହାୟ ନିରୁପାୟ

ମାଆଟିଏ ଶୁଶୁଟିଏ ନିଃସ୍ଵ

କି ହୃଦୟ ବିଦାରକ ଦୃଶ୍ୟ...!

କାରୁଣ୍ୟତାର ଜୀବନ୍ତ ମୂର୍ତ୍ତି

ଦେଖି ବିଭ୍ରାଟ ହୁଏ 

ମାନସିକ ସ୍ଥିତି...

ମଣିଷ ହୋଇଛି ବେସାହାରା

ଅଳିଆ ଆବର୍ଜନାର ପାହାଡ଼

ଭଗ୍ନ ଅପନ୍ତରିଆ ଦୁର୍ଗନ୍ଧଭରା

ଦୁଃସ୍ଥ ରୁଗ୍ଣ ପରିବେଶ 

ମୁଣ୍ଡ ଗୁଞ୍ଜିବାକୁ ଏ ସ୍ବାପଦଶଙ୍କୁଳ

ଜରାଜୀର୍ଣ୍ଣ ପରିତ୍ୟକ୍ତ ଘର

ପାଖରେ ନାହିଁ ଟୋପାଏ ପାଣି

ଆଣିବାକୁ ହେଉଛି ପୁଣି

ଯାଇ କେତେ ଦୂର

କି ଦୁର୍ବିସହ ଜୀବନ...!

ତଥାପି ବଞ୍ଚିଛି ମଣିଷ

ଏ କି ସମୟର ନିଷ୍ଠୁର ବିଦ୍ରୁପ

ଦୁ଼ଃଖ ଅନୁଶୋଚନାରେ

ଭାଗ୍ୟକୁ ନିନ୍ଦି କରେ ଅନୁତାପ

ବାଃ ବାଃରେ... ସଭ୍ୟ ଶିକ୍ଷିତ

ଅତ୍ୟାଧୁନିକ ସଭ୍ୟତା

କଳ କାରଖାନା ଶିଳ୍ପ ସ୍ଥାପତ୍ୟ

କଳା ସାହିତ୍ୟ ବିଜ୍ଞାନ କାରିଗରୀର

ହେଉଥିଲେ ଦ୍ରୁତ ବିକାଶ

ସବୁ ତା ପାଖରେ ମାନିଛନ୍ତି ହାର୍

ନାହିଁ କି ତାଙ୍କର ନ୍ୟାର୍ଯ୍ୟ ଅଧିକାର

ସୁରକ୍ଷା...ସୁରକ୍ଷା...ସୁରକ୍ଷା

ସୁରକ୍ଷାର ପିଟା ଚାଲିଛି ଡିଣ୍ଡିମ

ମାତୃ ସୁରକ୍ଷା ଶିଶୁ ସୁରକ୍ଷା 

ଖାଦ୍ୟ ସୁରକ୍ଷା ପରିବେଷ ସୁରକ୍ଷା

ସବୁର ହୋଇ ଚାଲିଛି ଯୋଜନା

ପ୍ରତିଟି ସୁରକ୍ଷାକୁ ଏ ଦୃଶ୍ୟ

ସତେ ଯେମିତି କରୁଛି ଉପହାସ

ନାହିଁ କାହାର ତିଳେ ବି ଅନୁକମ୍ପା

ସହାନୁଭୂତି କି ସମବେଦନା

ନିଜ ନିଜର ପ୍ରତିଷ୍ଠା ପ୍ରତିପତ୍ତି ପାଇଁ

ଏଠି ତ ସଭିଏଁ ବ୍ୟତିବସ୍ତ ଅଣନିଶ୍ଵାସୀ

ଆଖି ଉଠାଇ ଆଉ କାହାକୁ

ଚାହିଁବାକୁ ବେଳ ହୁଏ ଅକୁଳାଣ

ମାନବ ସେବା ମାଧବ ସେବା

ସେ ସେବାର ଏ କଣ ବ୍ୟତିକ୍ରମ...

ନା ସହରର ବସ୍ତି ନା ସାହି ପଡା଼

ଯେଉଁଠି ଯାବତୀୟ ଅପରିସ୍କାର

ଛିଡା ଜରି ପଚାସଢା ମାଛି ଭଣଭଣ

ସେଇଠି ବି ମଣିଷ କରୁଛି ବାସ

ହେ ଭଗବାନ ! ମଣିଷର କି

ଦୟନୀୟ ଦୁରବସ୍ଥା...

ଏ ପତିତଙ୍କୁ ଥରୁଟିଏ ଚାହିଁ

ସଦୟ ଦୃଷ୍ଟିରେ କୃପା କର 

ତୁମକୁ ପ୍ରାର୍ଥନା କରିବାର ମିଳୁ

ଅନ୍ତତଃ ଟିକିଏ ସାନ୍ତ୍ଵନା

ଜିଇଁବାକୁ ଦେଖାଅ ଭଲ ବାଟ

ପ୍ରସାଶନର ବି ଭାଙ୍ଗୁ ଗାଢ଼ ନିଦ୍ରା

ବିସ୍ଥାପିତ ହୁଅନ୍ତୁ ଏ ବର୍ଗର ମଣିଷ

ମିଳୁ ତାଙ୍କୁ ଉଚିତ ନ୍ୟାୟ...ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action