STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

ଦୁର୍ଭାଗ୍ୟ ଅଟେ ଆମର

ଦୁର୍ଭାଗ୍ୟ ଅଟେ ଆମର

1 min
210


କଳାରେ ଭୂଷଣ ବିଚ୍ଛିନ୍ନାଚଳ ମୋ

ଆଜି ହୀନିମାନ ହୁଏ,

ଷୋହଳ କଳାରେ ବିଭୂଷିତ ଭୂମି

ଶ୍ରୀହୀନଟି ଆଜି ହୁଏ।୧।


ଛଉ ନୄତ୍ୟ ହୁଏ ବିଶ୍ୱରେ ବିଖ୍ୟାତ

ଗୌରବର ଗାଥା ଏଠି,

ଗୀତା ଯଜ୍ଞ ଭୂମି ଧର୍ମ କର୍ମ ଜ୍ଞାନ

ନୀତି ଶିକ୍ଷା ଭୂମି ଏଠି।୨।


ସିଂହଭୂମି ଥିଲା ଉତ୍କଳର ଶିର

ବିଚ୍ଛିନ୍ନ ହୋଇଛି ଭୂମି,

ମାନ ସମ୍ମାନର ଭୂମି ଥିଲା ଏହି

ଭାଷା ଶୂନ୍ୟ ହେଲା ଭୂମି।୩।


ଜଗନ୍ନାଥ ଭୂମି ଉତ୍କଳେ ଜଡ଼ିତ

ଥିଲା ଏ ପବିତ୍ର ଭୂମି,

ଏଠାର ଜନଙ୍କ ଦୁର୍ଭାଗ୍ୟ ହିଁ ଥିଲା

ଝାଡ଼ଖଣ୍ଡ ରାଜ୍ୟେ ଭୂମି।୪।


ରୋଦନ କରନ୍ତି ଏଠିର ଜନତା

ଭାଷା ପ୍ରତି ଧ୍ୟାନ ନାହିଁ,

ଓଡ଼ିଆ ଭାଷାର ଗୌରବ ହିଁ ନାହିଁ

ଓଡିଆର ଶିକ୍ଷା ନାହିଁ।୫।


ଜଗନ୍ନାଥ ଭକ୍ତି ଜଡ଼ିତ ଯାହାରେ

ଜଗନ୍ନାଥ ଭୂମି ସତ୍ୟ,

ଯେଉଁଠାରେ ଥିଲେ ଓଡିଆ ସନ୍ତାନ

ଓଡ଼ିଆ ଭାଷା ହିଁ ସତ୍ୟ।୬।


ମାତୄଭାଷା ପ୍ରେମ ସର୍ବାଙ୍ଗେ ଭୂଷିତ

ମାତୄଭୂମି ଧୂଳି ପରା,

ସେହି ଧୂଳି ହେଉ ସର୍ବାଙ୍ଗ ଭୂଷଣ

ଜଗନ୍ନାଥ ଭୂମି ପରା।୭।


ଯାହାଙ୍କ ଠାକୁର ପ୍ରଭୁ ଜଗନ୍ନାଥ

ତାଙ୍କରି ଦୁର୍ଦ୍ଦଶା ଏହି,

ଦୂର କରିଦେବେ ସେ ବଡ଼ଠାକୁର

ମନରେ ଭରସା ଏହି।୮।


ଦୟାକର ପ୍ରଭୁ ଜଗତର ନାଥ

ଭାଷାପୂର୍ଣ୍ଣ ହେଉ ଭୂମି,

ହସି ଉଠନ୍ତୁ ହେ ଏଠିର ଜନତା

ଗୌରବରେ ଭରୁ ଭୂମି।୯।


କଳାରେ ଭୂଷଣ ବିଚ୍ଛିନ୍ନାଚଳ ମୋ

ଆଜି ହୀନିମାନ ହୁଏ,

ଷୋହଳ କଳାରେ ବିଭୂଷିତ ଭୂମି

ଶ୍ରୀହୀନଟି ଆଜି ହୁଏ।୧୦।




Rate this content
Log in

Similar oriya poem from Tragedy