STORYMIRROR

Niranjan Sahu

Inspirational Others

3  

Niranjan Sahu

Inspirational Others

ଦୁନିଆଁ ଯେମିତି ସେମିତି ଅଛି

ଦୁନିଆଁ ଯେମିତି ସେମିତି ଅଛି

1 min
399

ଏନ୍ତୁଡ଼ି ନିଆଁ ଲିଭିଯାଇଛି    

ମଶାଣି ର ନିଆଁ ଜଗି ବସିଛି

ମଝିରେ ଜୀବନ ଝୁଲି ରହିଛି

ଛଟପଟ ହୋଇ ବଞ୍ଚି ରହିଛି

ମୋର ମୋର କହି ଗର୍ବ କରୁଛି

ସୁଖ ଛାଡି ଦୁଃଖ ପଛେ ଧାଇଁଛି

ନଖାଇ ନପିଇ ସଞ୍ଚି ରଖୁଛି

ସାଥେ ନେବ ବୋଲି ଆଶା ବାନ୍ଧିଛି

ମନେ ମନେ ଖାଲି ଗୂଡ଼ ଖାଉଛି

ହେଲେ,

ମଶାଣିରେ ଯେବେ ନିଆଁ ଜଳିଯିବ

ଜୀବନ ଯୌବନ ହଜିଯାଉଛି

କେତେ ଆସିଲେଣି କେତେ ଯେ ଗଲେଣି 

ଦୁନିଆଁ ଯେମିତି ସେମିତି ଅଛି,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational