ଦୁନିଆଁ ଯେମିତି ସେମିତି ଅଛି
ଦୁନିଆଁ ଯେମିତି ସେମିତି ଅଛି
ଏନ୍ତୁଡ଼ି ନିଆଁ ଲିଭିଯାଇଛି
ମଶାଣି ର ନିଆଁ ଜଗି ବସିଛି
ମଝିରେ ଜୀବନ ଝୁଲି ରହିଛି
ଛଟପଟ ହୋଇ ବଞ୍ଚି ରହିଛି
ମୋର ମୋର କହି ଗର୍ବ କରୁଛି
ସୁଖ ଛାଡି ଦୁଃଖ ପଛେ ଧାଇଁଛି
ନଖାଇ ନପିଇ ସଞ୍ଚି ରଖୁଛି
ସାଥେ ନେବ ବୋଲି ଆଶା ବାନ୍ଧିଛି
ମନେ ମନେ ଖାଲି ଗୂଡ଼ ଖାଉଛି
ହେଲେ,
ମଶାଣିରେ ଯେବେ ନିଆଁ ଜଳିଯିବ
ଜୀବନ ଯୌବନ ହଜିଯାଉଛି
କେତେ ଆସିଲେଣି କେତେ ଯେ ଗଲେଣି
ଦୁନିଆଁ ଯେମିତି ସେମିତି ଅଛି,
