STORYMIRROR

Kalandi pal

Inspirational

4  

Kalandi pal

Inspirational

ଦୁଇଟି ନିଆଁ

ଦୁଇଟି ନିଆଁ

1 min
278

ଜୀବନ ଆରମ୍ଭ ହୁଏ ଏନ୍ତୁଡ଼ିର ନିଆଁରେ

ଜୀବନର ଶେଷ ଏଠି ମଶାଣିର ଜୁଇରେ 

ଦୁଇ ନିଆଁର ଅନ୍ତର ଅଟଇ  ଦୁନିଆଁ

ମୂକ ସାକ୍ଷୀ ଏକା ତୁହି ଅଟୁରେ କାଳିଆ

କେତେ ପାପ କେତେ ପୁଣ୍ୟ ସବୁ ତୋ ପାଖରେ ।


ଏ ଜୀବନେ କେତେ ରଙ୍ଗ ମାଖି ହେଲି ମୁହଁରେ

କେତେ ଯେ ଘୁଙ୍ଗୁର ବାନ୍ଧି ନାଚିଲି ମୁଁ ସଂସାରେ

କେତେ ଖାଲ ଢିପ ଏହି ବିଶାଳ ଦୁନିଆଁ

ପାଦ ଥାପି ଥାପି ଯାଏ ସଙ୍କଟେ କାଳିଆ

ବିଶ୍ୱାସରେ ଚାଲୁଛି ମୁଁ ତୋହରି ଆଶ୍ରାରେ ।


ଅରଜିଲି କେତେ ବନ୍ଧୁ ଭାବ ଦିଆ ନିଆରେ

ପରଖିଲି ଦୁନିଆଁକୁ ପ୍ରତି ପାଦ ପାଦରେ

ସ୍ୱାର୍ଥପର ଏ ଦୁନିଆଁ ଭାବ ଦିଆ  ନିଆ

ଏକା ତୋ ଭାବଟି ଅଟେ ନିଆରା କାଳିଆ

ବିନା ସ୍ୱାର୍ଥେ ବାନ୍ଧୁ ତୁହି ତୋହର ଭାବରେ ।


ସରିଯିବ ଏ ଜୀବନ ଯିବି ସ୍ବର୍ଗ ଦୁଆରେ

ଶେଷ ବେଳେ ଥିବ ଏକା ତୋର ନାମ ସାଥିରେ

ଦେଖୁଥିବ ମୋର ଶବ ନୀଳଚକ୍ର ଦୁରେ

ସବୁ ପାପ ଜଳିଯିବ ତୋର ସ୍ବର୍ଗ ଦ୍ୱାରେ

ଏତିକି ସୁଦୟା ହେଉ ଶେଷ ଜୀବନରେ ।


Rate this content
Log in

Similar oriya poem from Inspirational