ଦୁଇଟି ନିଆଁ
ଦୁଇଟି ନିଆଁ
ଜୀବନ ଆରମ୍ଭ ହୁଏ ଏନ୍ତୁଡ଼ିର ନିଆଁରେ
ଜୀବନର ଶେଷ ଏଠି ମଶାଣିର ଜୁଇରେ
ଦୁଇ ନିଆଁର ଅନ୍ତର ଅଟଇ ଦୁନିଆଁ
ମୂକ ସାକ୍ଷୀ ଏକା ତୁହି ଅଟୁରେ କାଳିଆ
କେତେ ପାପ କେତେ ପୁଣ୍ୟ ସବୁ ତୋ ପାଖରେ ।
ଏ ଜୀବନେ କେତେ ରଙ୍ଗ ମାଖି ହେଲି ମୁହଁରେ
କେତେ ଯେ ଘୁଙ୍ଗୁର ବାନ୍ଧି ନାଚିଲି ମୁଁ ସଂସାରେ
କେତେ ଖାଲ ଢିପ ଏହି ବିଶାଳ ଦୁନିଆଁ
ପାଦ ଥାପି ଥାପି ଯାଏ ସଙ୍କଟେ କାଳିଆ
ବିଶ୍ୱାସରେ ଚାଲୁଛି ମୁଁ ତୋହରି ଆଶ୍ରାରେ ।
ଅରଜିଲି କେତେ ବନ୍ଧୁ ଭାବ ଦିଆ ନିଆରେ
ପରଖିଲି ଦୁନିଆଁକୁ ପ୍ରତି ପାଦ ପାଦରେ
ସ୍ୱାର୍ଥପର ଏ ଦୁନିଆଁ ଭାବ ଦିଆ ନିଆ
ଏକା ତୋ ଭାବଟି ଅଟେ ନିଆରା କାଳିଆ
ବିନା ସ୍ୱାର୍ଥେ ବାନ୍ଧୁ ତୁହି ତୋହର ଭାବରେ ।
ସରିଯିବ ଏ ଜୀବନ ଯିବି ସ୍ବର୍ଗ ଦୁଆରେ
ଶେଷ ବେଳେ ଥିବ ଏକା ତୋର ନାମ ସାଥିରେ
ଦେଖୁଥିବ ମୋର ଶବ ନୀଳଚକ୍ର ଦୁରେ
ସବୁ ପାପ ଜଳିଯିବ ତୋର ସ୍ବର୍ଗ ଦ୍ୱାରେ
ଏତିକି ସୁଦୟା ହେଉ ଶେଷ ଜୀବନରେ ।
