STORYMIRROR

Prafulla Chandra Mishra

Romance

3  

Prafulla Chandra Mishra

Romance

ଦୁଇଟି ମନର ଭାଷା

ଦୁଇଟି ମନର ଭାଷା

1 min
12K


ବିଶ୍ଵାସ ରୂପି ପ୍ରେମଦୀପ ଜାଳି

ଚାହିଁ ବସିଅଛି ମଉନାବତୀ

ଆସ ଆସ ପ୍ରୀୟ ତୋଳିଦିଅ ମୋ 

ଭଗ୍ନ ବୀଣାରେ ପ୍ରଣୟ ଗୀତି,


ବୁଣିଦିଅ ଆସି ପ୍ରେମର ଫଲ୍ଗୁ

ନାଚି ଉଠୁ ପ୍ରାଣ ଅଧୀର ମନ

ନବ ଉନ୍ମେଷେ ଉଦ୍ରେକ ହେଉ

ଦଗ୍ଧ ପରାଣେ ସେ ବୀଣାର ସ୍ଵନ,


ଅଲୋଡା ଜୀବନେ ନବ ଉନ୍ନମାଦ ଭରି,


ସୈାଦାଗର ପ୍ରାଣ ଈଶ୍ଵର ଆସ

ପ୍ରତିକ୍ଷା ତୁମ କରେ ବିହ୍ଵଳିତ

ଆଶ୍ରୁ ଯାଉଅଛି ଝରି ।।

   (୨)

ତୁମେତ ବାଳିଶ ପ୍ରେମ ତରଙ୍ଗ

ପବିତ୍ର ପ୍ରେମର ଜାହ୍ନବୀ ଝର

ଘୁମନ୍ତ ବାଦଲ କଳା ଆକାଶେ

ବିଜୁଳି ଚମକ ତୁମେତ ମୋର,


ସଦ୍ୟ ଫୁଲ୍ଲିତ ନୀଳୋତ୍ପଳା ସଖୀ

ତୁମେ ମୋ ପ୍ରୀତିର ପଣୟ ଫୁଲ

ହୃଦୟ ଭଗ୍ନ ବୀଣା ତାରେ ସଖୀ

ତୋଳିବି ଅମୀୟ ମଧୁର ସ୍ଵର,


ପ୍ରତିକ୍ଷା ତୋ ପ୍ରୀୟା ଯାଉଅଛି ସରି ସରି,


ପ୍ରଣୟୀ ଲତା ଗୋ ମୋ ପ୍ରେମମୟୀ

ମାନସୀ ମାନ ତେଜ ମାନମୟୀ 

ଅବିଳମ୍ବେ ଆସେ ଫେରି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance