STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

ଦୁଇପଦ କଥାର କବିତା

ଦୁଇପଦ କଥାର କବିତା

1 min
306


ମନଟା ଆମର ଯେଉଁଠି ମିଶୁଛି

   ସେଇଠି ସମ୍ପର୍କ ରହୁ,

ଇଜ୍ଜତ ନ ମିଳେ ଯେଉଁଠି ସେଠାରେ

   ଏ ପାଦ ନ ପଡୁଥାଉ‌।


ଯିଏ ଶୁଣେନାହିଁ କାହାରି‌ କଥାକୁ

   ତାକୁ ବୁଝାଇ କି ଲାଭ,

ସତକଥାରେ ଯେ ଖରାପ ଭାବନ୍ତି

   ରଖନି ସେଠାରେ ଭାବ।


କାହାର କାହିଁକି ଆତ୍ମବଡିମାକୁ

   ଶୁଣିବାକୁ ଯିବା କୁହ,

ବରଂ ସେ ସମୟେ ନୀତିଶାସ୍ତ୍ରମାନ

   ଅଧ୍ୟୟନ କରୁଥାଅ।


ଯେଉଁ କଥା କେବେ ଭଲଲାଗୁନାହିଁ

   ତାକୁ ଶୁଣି ଲାଭ ନାହିଁ,

ଯେଉଁ ଖାଦ୍ୟ ଦେହେ ହଜମ ହେଉନି

   ସେ ଖାଦ୍ୟ ଖାଇବା କାହିଁ ।


ଗୋଠ ସଫା ଦେଖି ଗାଈଟିଏ ବରଂ

   ହମ୍ଵାରଡି‌ ଦେଇ ପଶେ,

ଭଲ ପାଇବାଟା ମନ କିଣି ପାରେ

   ଚତୁର୍ଦିଗକୁ‌ ସେ ବାସେ‌।


ବିନା ଆଦରର‌ ଭୋଜନଟି ଲାଗେ

   ଖାଇବାକୁ ସତେ ତୁଚ୍ଛା,

ଅଲାଜୁକ ସ୍ନାନ ସମ ଦୃଶ୍ୟମାନ

   ନ ଥିଲେ ଖଣ୍ଡେ ଗାମୁଛା।


ଜିନ୍ ପିନ୍ଧିବାକୁ ଇଚ୍ଛା ହେଉଥିଲେ

   ଗେରୁଆ ନ ପିନ୍ଧ ନାହିଁ,

ହେଲେ ଅର୍ଦ୍ଧନଗ୍ନ ଚେହେରା ଦେଖାଇ

   ଧର୍ମ ନଷ୍ଟ କର ନାହିଁ।


ପାଠପଢି ନିଶ୍ଚେ ଚାକିରୀ କରିବା

   କେଉଁ ଶାସ୍ତ୍ରେ ଅଛି ଲେଖା,

ବିନା ପଦବୀରେ ବିନା ଚାକିରୀରେ

   କ'ଣ ହୋଇ ପାରିବନି ନେତା ।


ଯେଉଁ ରୋଗ ପାଇଁ ଯେଉଁ ଉପଚାର

   ଭାବି ଚିନ୍ତି କଲେ ଭଲ,

ବୁଦ୍ଧି ବିଚାରକି କରମ‌ କରିବା 

   ପଣ୍ଡିତ ଜନ ବେଭାର।


ଆମେ ଚାରିଦିଗ ସିଆଣା ଭାବିଲେ

   ସେଥିରେ‌ କି ବାହାଦୂରୀ,

ମଣିଷ ଏଠାରେ ଗାଈଟିଏ ହେଲେ

   ଦ‌ଇବ ପରା ଦ‌ଉଡି।


ମାନବିକତାର ଦ୍ଵାହୀ ଦେଇ ଏଠି

   ଗର୍ବ ଦମ୍ଭ ରଖିବାରେ‌,

ଲାଭ ନାହିଁ କିଛି ବରଂ ଏହା ଦେଖି

   କାଳ ଅଟ୍ଟହାସ କରେ।


 ପ୍ରତ୍ୟେକମଣିଷ କରେ ନିଶ୍ଚେ ଦୋଷ

   ହେଉ ଜାଣ ଅଜାଣତେ‌,

ସବୁ ଦୋଷ କିନ୍ତୁ କ୍ଷମା ହୋଇଯାଏ

    ଭକ୍ତିଭାବ ଅନୁତାପେ।


ତଥାପି କାହିଁକି 'ମୁଁ' ର ଗୁରୁତ୍ଵ

   ଏଠି ସେଠି ଦେଖାଯାଏ,

ଏଇ 'ମୁଁ' କାର ମଣିଷକୁ ନିଶ୍ଚେ

   ନରକକୁ‌ ଟାଣି ନିଏ।


Rate this content
Log in

Similar oriya poem from Tragedy