STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ଦୁଇଜଣ ଯାକ ଲୋକ

ଦୁଇଜଣ ଯାକ ଲୋକ

1 min
278

ବାବୁ ବସୁଛନ୍ତି ଚେର ଉପରେ    

ଗୋଡ଼ ପରେ ଗୋଡ଼ ଥୋଇ

ଧନୀ ଲୋକ ବୋଲି ତାଙ୍କ ଶରୀର ରେ

ଦାମୀକା ପୋଷାକ ଥାଇ


ମୁଁ ବସିଅଛି ପଥର ଉପରେ

ଗୋଡ଼ ପରେ ଗୋଡ଼ ଥୋଇ

ଗରିବ ବୋଲି ମୋ ଶରୀର ଟା

ଲଙ୍ଗଳା ମୁକୁଳା ଥାଇ,


ଗରିବ ହେଲେ ବି ମନଟା ମୋହର

ଧନୀ ଠୁଁ କମ ନାହିଁ

ଦୁଃଖ କଲେ କି ଦୁଃଖ ପଳେଇବ

ଦୁଃଖ କରିବାର ନାଇଁ,


ମୁଁ ବି ମଣିଷ ସେ ବି ମଣିଷ

ଏ ସାରା ସଂସାର ପାଇଁ

ଅନ୍ତର ପାନ୍ତର କାହିଁକି କେଜାଣି

ଦୁନିଆରେ ହେଉଥାଇ,


ମୁଁ ବି ମରିବି ସେ ବି ମରିବ

ମର୍ତ୍ତ୍ୟ ର ନୀତି ଏଇ

ସେ କିଆଁ ଧନୀ ମୁଁ କିଆଁ ଗରିବ

କିଛି ବୁଝି ପାରୁନାହିଁ


ଧନୀ ବଞ୍ଚୁଅଛି ଖୁସିରେ ଖୁସିରେ

ବିଳାସବ୍ୟସନେ ରହି

ଗରିବ ଏଠାରେ ଦୁଃଖରେ ବଞ୍ଚୁଛି

ଖାଲି ହୀନିମାନ ହୋଇ


ସତ କଥାଟିଏ କହୁଅଛି ଭାଇ

ଶୁଣି ତାକୁ ମନେରଖ

ଗରିବ ହେଉ କି ଧନୀ ହେଉ

ଦୁଇଜଣ ଯାକ ଲୋକ,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational