ଦୁଇଜଣ ଯାକ ଲୋକ
ଦୁଇଜଣ ଯାକ ଲୋକ
ବାବୁ ବସୁଛନ୍ତି ଚେର ଉପରେ
ଗୋଡ଼ ପରେ ଗୋଡ଼ ଥୋଇ
ଧନୀ ଲୋକ ବୋଲି ତାଙ୍କ ଶରୀର ରେ
ଦାମୀକା ପୋଷାକ ଥାଇ
ମୁଁ ବସିଅଛି ପଥର ଉପରେ
ଗୋଡ଼ ପରେ ଗୋଡ଼ ଥୋଇ
ଗରିବ ବୋଲି ମୋ ଶରୀର ଟା
ଲଙ୍ଗଳା ମୁକୁଳା ଥାଇ,
ଗରିବ ହେଲେ ବି ମନଟା ମୋହର
ଧନୀ ଠୁଁ କମ ନାହିଁ
ଦୁଃଖ କଲେ କି ଦୁଃଖ ପଳେଇବ
ଦୁଃଖ କରିବାର ନାଇଁ,
ମୁଁ ବି ମଣିଷ ସେ ବି ମଣିଷ
ଏ ସାରା ସଂସାର ପାଇଁ
ଅନ୍ତର ପାନ୍ତର କାହିଁକି କେଜାଣି
ଦୁନିଆରେ ହେଉଥାଇ,
ମୁଁ ବି ମରିବି ସେ ବି ମରିବ
ମର୍ତ୍ତ୍ୟ ର ନୀତି ଏଇ
ସେ କିଆଁ ଧନୀ ମୁଁ କିଆଁ ଗରିବ
କିଛି ବୁଝି ପାରୁନାହିଁ
ଧନୀ ବଞ୍ଚୁଅଛି ଖୁସିରେ ଖୁସିରେ
ବିଳାସବ୍ୟସନେ ରହି
ଗରିବ ଏଠାରେ ଦୁଃଖରେ ବଞ୍ଚୁଛି
ଖାଲି ହୀନିମାନ ହୋଇ
ସତ କଥାଟିଏ କହୁଅଛି ଭାଇ
ଶୁଣି ତାକୁ ମନେରଖ
ଗରିବ ହେଉ କି ଧନୀ ହେଉ
ଦୁଇଜଣ ଯାକ ଲୋକ,
