ଦୁଇ ପାଦର ଅନୁତାପ
ଦୁଇ ପାଦର ଅନୁତାପ
ଦୁଇ ପାଦ ଆଗେଇ ଯିବା ପରେ
କଣ ବା କରିଥାନ୍ତି ମୁଁ
ମନେ ପଡେ ମୋର ହଠାତ୍
ତୁମଠୁ ଦୂରେଇ ଯିବା ପରେ
ଅଟକି ଯାଏ ସମୟ
ଆପେ ଆପେ
ମନେ ପଡେ ଅତୀତର ପୃଷ୍ଠା
ଛଳ ଛଳ ଅଶ୍ରୁ ସବୁ କାଳେ
ଖସୁଥିବ ଆଖିରୁ ତୁମର
ଓଦା କରୁଥିବ ତୁମ ପାଦ
ଯେତେବେଳେ ଆଙ୍କୁଥିବ
ଅନ୍ୟ ମନସ୍କତାରେ
ମାଟିରେ ନଖରେ ଗାର…
ଢାଙ୍କିଥିବ ବହଳ ଅନ୍ଧାର
ମୁଁହରେ ତୁମର
କଳା ବାଦଲର ପରସ୍ତ ଟିଏ
ନିଲାଭ ଆକାଶ ବି କାଳେ
ତୁମ ଇଶାରାରେ ପଡ଼ିଯିବ କଳା
ଅଭିମାନିନି ମୋର ପ୍ରିୟା
ତୁମ ଅବୁଝା ପଣରେ…
ବିଭୋର ବସନ୍ତ ବି ଆଜି ଏବେ
ଗାଉଥିବ ଅଶାନ୍ତ ମଳୟର ଗୀତ
ଖୋଜ
ୁ ଖୋଜୁ ଅତୀତର ଖିଅର
ସାୟିତ ଯୌବନ ତରଙ୍ଗରେ
ଭରିଯିବ ଅନାବନା ସଙ୍ଗୀତ ମୂର୍ଚ୍ଛନା
ବୟସର ଝିଲମିଲ ପଣତ ବି
ଛଟପଟ ହେଉଥିବ
ଖୁବ୍ ଏକ ଅନାହୁତ ଯନ୍ତ୍ରଣାରେ…
ଅତୀତ ଓ ବର୍ତ୍ତମାନର ପଶା ପାଲିର
ହିସାବ କରୁଛି ମୁଁ ଛନ୍ଦି
ହୋଇକଣ ପାଇଲି କଣ ହରେଇଲି
ସବୁ ଅଜାଡି ଦେବା ପରେ ମଧ୍ୟ
ମୋ ଠାରୁ କଣ ପାଇଛ ତମେ ?
ନିନ୍ଦା, ଗାଳି, ଅପମାନ
ପ୍ରତାରଣା ଛଡ଼ା ଆଉ କିଛି ନୁହେଁ
ଜୀବନ ସାରା କଷ୍ଟ ଓ
ଶେଷରେ ଛାଡ଼ପତ୍ର!
ନା, ଛାଡ଼ପତ୍ର ତ ନୁହେଁ
ସେ ଏକ ଅଗ୍ନିଶିଖା ମୋ ପାଇଁ
ଯାହା ଅନ୍ତରକୁ ମୋର
ଜଳାଇ ରଖୁଥିବା
ଅନୁତାପର ଅଗ୍ନିସ୍ରୋତ ।