STORYMIRROR

Surjyakanta Dash

Romance Tragedy Inspirational

3  

Surjyakanta Dash

Romance Tragedy Inspirational

ଦୁଇ ପାଦର ଅନୁତାପ

ଦୁଇ ପାଦର ଅନୁତାପ

1 min
162


ଦୁଇ ପାଦ ଆଗେଇ ଯିବା ପରେ

କଣ ବା କରିଥାନ୍ତି ମୁଁ

ମନେ ପଡେ ମୋର ହଠାତ୍

ତୁମଠୁ ଦୂରେଇ ଯିବା ପରେ

ଅଟକି ଯାଏ ସମୟ

ଆପେ ଆପେ

ମନେ ପଡେ ଅତୀତର ପୃଷ୍ଠା

ଛଳ ଛଳ ଅଶ୍ରୁ ସବୁ କାଳେ

ଖସୁଥିବ ଆଖିରୁ ତୁମର

ଓଦା କରୁଥିବ ତୁମ ପାଦ

ଯେତେବେଳେ ଆଙ୍କୁଥିବ

ଅନ୍ୟ ମନସ୍କତାରେ

ମାଟିରେ ନଖରେ ଗାର…

ଢାଙ୍କିଥିବ ବହଳ ଅନ୍ଧାର

ମୁଁହରେ ତୁମର

କଳା ବାଦଲର ପରସ୍ତ ଟିଏ

ନିଲାଭ ଆକାଶ ବି କାଳେ

ତୁମ ଇଶାରାରେ ପଡ଼ିଯିବ କଳା

ଅଭିମାନିନି ମୋର ପ୍ରିୟା

ତୁମ ଅବୁଝା ପଣରେ…

ବିଭୋର ବସନ୍ତ ବି ଆଜି ଏବେ

ଗାଉଥିବ ଅଶାନ୍ତ ମଳୟର ଗୀତ

ଖୋଜୁ ଖୋଜୁ ଅତୀତର ଖିଅର

ସାୟିତ ଯୌବନ ତରଙ୍ଗରେ

ଭରିଯିବ ଅନାବନା ସଙ୍ଗୀତ ମୂର୍ଚ୍ଛନା

ବୟସର ଝିଲମିଲ ପଣତ ବି

ଛଟପଟ ହେଉଥିବ

ଖୁବ୍ ଏକ ଅନାହୁତ ଯନ୍ତ୍ରଣାରେ… 

ଅତୀତ ଓ ବର୍ତ୍ତମାନର ପଶା ପାଲିର

 ହିସାବ କରୁଛି ମୁଁ ଛନ୍ଦି

ହୋଇକଣ ପାଇଲି କଣ ହରେଇଲି

ସବୁ ଅଜାଡି ଦେବା ପରେ ମଧ୍ୟ

ମୋ ଠାରୁ କଣ ପାଇଛ ତମେ ?

ନିନ୍ଦା, ଗାଳି, ଅପମାନ

ପ୍ରତାରଣା ଛଡ଼ା ଆଉ କିଛି ନୁହେଁ

ଜୀବନ ସାରା କଷ୍ଟ ଓ

ଶେଷରେ ଛାଡ଼ପତ୍ର!

ନା, ଛାଡ଼ପତ୍ର ତ ନୁହେଁ

ସେ ଏକ ଅଗ୍ନିଶିଖା ମୋ ପାଇଁ

ଯାହା ଅନ୍ତରକୁ ମୋର

ଜଳାଇ ରଖୁଥିବା

ଅନୁତାପର ଅଗ୍ନିସ୍ରୋତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance