ଦୁଇ ଭଉଣୀ
ଦୁଇ ଭଉଣୀ
ଜ୍ୟୋତି ଆଉ ତୃପ୍ତି ଅଟନ୍ତି ଦୁଇ ଭଉଣୀ
କି ଖୁସି ତାଙ୍କରି ଶୁଣିଦେଲେ ଗୋଟେ କାହାଣୀ ll
ଶାନ୍ତ ସରଳ ଜ୍ୟୋତି କରଇ ପରକୁ ଆପଣା
ତାହାରି ପରସେ ହସୁଥାଏ ଘର ଅଗଣା ll
ଟିକିଏ ଚଗଲି ଅଳପ ଦୁଷ୍ଟ ସିନା ସାନଭଉଣୀ
ଜ୍ୟୋତିର ସେ ଅତି ଗେଲ୍ଲୀ ହୃଦୟର ରାଣୀ l l
ଖେଳ କୌତୁକେ ମଜ୍ଜି ଥାଏ ମନ ତୃପ୍ତିର
ଅତିଆନନ୍ଦେ ଜ୍ୟୋତି ସେବୁଥାଏ ଗୁରୁଜନ ପୟର ll
ସାନ ସିନା ତୃପ୍ତି ଅଟଇ ବୁଦ୍ଧିର ଭଣ୍ଡାର
ବହୁ ବିଚକ୍ଷଣେ ସହାୟକ ହୁଏ ସେ ଅପାର ll
କି ହୋଇବ ଥିଲେ ପଛେ ବହୁ ଅନ୍ତରେ
ପ୍ରସ୍ପୁଟିତ ପୁଷ୍ପ ଦୁହେଁ ଗୋଟିଏ ବୃକ୍ଷର ll
ଅଭିମାନେ ପଣେ ହୋଇଗଲେ କେବେ ମନମାଳିନ୍ୟ
ପ୍ରିୟଦରବ ଅପାର ଦିଏ ଲୁଚେଇ ନୁହଁ ସେ ସାମାନ୍ୟ ll
ମନ ଭଳିଗଲେ ଖୋଜି ଆଣି ଦିଏ ଫେରାଇ
ଖଟାମିଠା ଭରା ଏମିତିସମ୍ପର୍କଜଗତେ ମିଳିବ ନାଇଁ l l