STORYMIRROR

Kalpana Kumari Pradhan

Children

3  

Kalpana Kumari Pradhan

Children

ଦୁଇ ଭଉଣୀ

ଦୁଇ ଭଉଣୀ

1 min
305

ଜ୍ୟୋତି ଆଉ ତୃପ୍ତି ଅଟନ୍ତି ଦୁଇ ଭଉଣୀ

  କି ଖୁସି ତାଙ୍କରି  ଶୁଣିଦେଲେ ଗୋଟେ କାହାଣୀ ll

ଶାନ୍ତ ସରଳ ଜ୍ୟୋତି କରଇ ପରକୁ ଆପଣା

     ତାହାରି  ପରସେ  ହସୁଥାଏ ଘର ଅଗଣା ll

ଟିକିଏ ଚଗଲି ଅଳପ ଦୁଷ୍ଟ ସିନା ସାନଭଉଣୀ

    ଜ୍ୟୋତିର ସେ ଅତି ଗେଲ୍ଲୀ ହୃଦୟର ରାଣୀ l l

ଖେଳ କୌତୁକେ ମଜ୍ଜି ଥାଏ ମନ ତୃପ୍ତିର

    ଅତିଆନନ୍ଦେ ଜ୍ୟୋତି ସେବୁଥାଏ ଗୁରୁଜନ ପୟର ll

ସାନ ସିନା ତୃପ୍ତି ଅଟଇ ବୁଦ୍ଧିର ଭଣ୍ଡାର

       ବହୁ ବିଚକ୍ଷଣେ ସହାୟକ ହୁଏ ସେ ଅପାର ll

କି ହୋଇବ ଥିଲେ ପଛେ ବହୁ ଅନ୍ତରେ

     ପ୍ରସ୍ପୁଟିତ ପୁଷ୍ପ ଦୁହେଁ ଗୋଟିଏ ବୃକ୍ଷର ll

ଅଭିମାନେ ପଣେ ହୋଇଗଲେ କେବେ ମନମାଳିନ୍ୟ

   ପ୍ରିୟଦରବ ଅପାର ଦିଏ ଲୁଚେଇ ନୁହଁ ସେ ସାମାନ୍ୟ ll

ମନ ଭଳିଗଲେ ଖୋଜି ଆଣି ଦିଏ ଫେରାଇ

  ଖଟାମିଠା ଭରା ଏମିତିସମ୍ପର୍କଜଗତେ ମିଳିବ ନାଇଁ l l 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children