STORYMIRROR

Prahallad Sahoo

Abstract Classics Inspirational

3  

Prahallad Sahoo

Abstract Classics Inspirational

ଦୁଃସହ ଲାଗେ ଜୀବନ

ଦୁଃସହ ଲାଗେ ଜୀବନ

2 mins
144


ଦଃସହ ଲାଗେ ଜୀବନଟା

ଯେବେ ଉଲସି ଉଠେ 

ଜୀବନର ଚରମ ସତ୍ଯତା । 

ଜନ୍ମ ପରେ ମୃତ୍ୟୁ,

ଦୁଃଖ ପରେ ସୁଖ,

ମିଥ୍ଯା ଆଢୁଆଳେ ସତ୍ଯ,

ମନ୍ଦ ପରେ ଭଲ,

ରାତ୍ରି ପରେ ସକାଳ, 

ଘଡଘଡି ପରେ ବିଜୁଳି, 

ଅନ୍ଧାର ପରେ ଆଲୋକ,

ଏହି ତ ଜୀବନର ଚରମ ସତ୍ଯ।


"ଜୀଇଁବାର ଅନ୍ୟ ନାମ ଜୀବନ"

କିଏ ଏଲିସାନ ବଙ୍ଗଳାରେ ଜୀବନ ଜିଉଁଛି;

କିଏ ହେଂସ, ମସିଣା ଖଣ୍ଡକୁ ସରି ନହେଉଛି। 

କିଏ ହସି ହସି ଜୀବନକୁ ଉପଭୋଗ କରୁଛି,

କାହାର କାନ୍ଦି କାନ୍ଦି ଦିନ ନଯାଉଛି। 


ଜନ୍ମରୁ ମୃତ୍ୟୁ ଯାଏ  

କେବଳ "ଜୀବନ ଜିଇଁବାର ସଂଘର୍ଷ"।

ଏଠି "ଯୋର ଜାହାର ମୂଲକ ତାହାର"।

ଯିଏ ସଂଘର୍ଷରେ ଜିତିଗଲା ସେ 

ସେ ନିଜର ଆଧିପତ୍ଯ ଜାହିର କଲା,

"ଜୋ ଜିତା ଓହି ସିକନ୍ଦର"।


ଅତି ପ୍ରୀୟ ବୋଲି କରିଛୁ ଯାହାକୁ ନିଜର

ତୁ ଯିବା ପରେ,

ଦାଣ୍ଡ ଦୁଆରେ ଥାଇ ହେବେ ସାତପର। 


ଅତି ଯତ୍ନରେ ଦେଇଛୁ ଯାହାକୁ ସଙ୍ଖା ସିନ୍ଦୂର,

ଭାଇ ବନ୍ଧୁ ମିଶି ଭାଙ୍ଗି ଦେବେ ସଙ୍ଖା, 

ପୋଛି ଦେବେ ମଥାରୁ ସିନ୍ଦୂର।


ପୁଅ ବୋଲି ଅଣ୍ଡାରୁ ଭେଣ୍ଡାଟିଏ 

କରିଥିବୁ ଯାହାକୁ,

କିଏ ବା କହିବ ---

ମଲା ବେଳେ ତୋ ପାଶେ ଥିବ କି ନଥିବ

ପାଣି ଟୋପେ ଦେବାକୁ। 


କଣ ପାଇଁ ଏତେ ଆଣ୍ଟ !

କାହା ପାଇଁ ଭାଗ ବାଣ୍ଟ ?

କିଏ ବା ହୋଇଛି ନିଜର!

କିଏ ହେବ ପଥ ସଙ୍ଖାଳୀ ତୋର?

ଆସିଲାବେଳେ ଆଣି ଥିଲୁକି ଧନ ଦରବ,


ଯିବା ବେଳେ ନେଇଯିବୁ କେଉଁ ବୈଭବ? 



Rate this content
Log in

Similar oriya poem from Abstract