STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଦୁଃଖି ମଣିଷ

ଦୁଃଖି ମଣିଷ

1 min
252


କିଏ କେବେ ଦେଖିଛନ୍ତି କି ଦୁଃଖି ମଣିଷକୁ

କେତେ ଦୁଃଖ କଷ୍ଟ ତାର ଅନୁଭବ

କର ତାକୁ

ଶ୍ରମିକଟିଏ ପରିଶ୍ରମ କରି ଚଳାଏ 

ତାର ପରିବାରକୁ

ପ୍ରତିବାଦ କେବେ କରି ନାହିଁ ସହିଛି 

ଖରା ଆଉ ବର୍ଷାକୁ

ନିଜ ରକ୍ତ ମାଂସ ଦେଇ କରେ ସେ କାମ

କାମ ନ ମିଳିଲେ ଭୋକ ଉପବାସରେ ରହେ, ନେଇ ପ୍ରଭୁ ନାମ

ପଥ ପ୍ରାନ୍ତରେ ଦେଖିଛନ୍ତି କେବେ ବୁଲା ବ୍ୟବସାୟୀଙ୍କୁ

ଭୀଷଣ ରୌଦ୍ରତାପକୁ ଭୟ କରେ ନାହିଁ, ଭୟ ନାହିଁ ତାର ସଙ୍କଟକୁ

ପେଟ ପୋଷିବାକୁ ଦୁନିଆ ଦାଣ୍ଡରେ ଅଛନ୍ତି କେତେ ଦୁଃଖି ମଣିଷ

ସବୁ ଦୁଃଖ ଭୁଲିଯାନ୍ତି ସେ,

କରନ୍ତି ସଭିଙ୍କୁ ବିଶ୍ୱାସ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational