ଦୁଃଖି ମଣିଷ
ଦୁଃଖି ମଣିଷ
କିଏ କେବେ ଦେଖିଛନ୍ତି କି ଦୁଃଖି ମଣିଷକୁ
କେତେ ଦୁଃଖ କଷ୍ଟ ତାର ଅନୁଭବ
କର ତାକୁ
ଶ୍ରମିକଟିଏ ପରିଶ୍ରମ କରି ଚଳାଏ
ତାର ପରିବାରକୁ
ପ୍ରତିବାଦ କେବେ କରି ନାହିଁ ସହିଛି
ଖରା ଆଉ ବର୍ଷାକୁ
ନିଜ ରକ୍ତ ମାଂସ ଦେଇ କରେ ସେ କାମ
କାମ ନ ମିଳିଲେ ଭୋକ ଉପବାସରେ ରହେ, ନେଇ ପ୍ରଭୁ ନାମ
ପଥ ପ୍ରାନ୍ତରେ ଦେଖିଛନ୍ତି କେବେ ବୁଲା ବ୍ୟବସାୟୀଙ୍କୁ
ଭୀଷଣ ରୌଦ୍ରତାପକୁ ଭୟ କରେ ନାହିଁ, ଭୟ ନାହିଁ ତାର ସଙ୍କଟକୁ
ପେଟ ପୋଷିବାକୁ ଦୁନିଆ ଦାଣ୍ଡରେ ଅଛନ୍ତି କେତେ ଦୁଃଖି ମଣିଷ
ସବୁ ଦୁଃଖ ଭୁଲିଯାନ୍ତି ସେ,
କରନ୍ତି ସଭିଙ୍କୁ ବିଶ୍ୱାସ
