STORYMIRROR

ଅନିଲ କୁମାର ଲେଙ୍କା

Tragedy Inspirational

4  

ଅନିଲ କୁମାର ଲେଙ୍କା

Tragedy Inspirational

# ଦୁଃଖ #

# ଦୁଃଖ #

1 min
198

କାହାକୁ ବାଣ୍ଟିବା ଦୁଃଖକୁ ଆମର

ନଦୀକୁ ଅବା ନାରୀକୁ

କଇଁ ନା ଜହ୍ନକୁ ପକ୍ଷୀ ନା ପବନ

ଆପଣା ନା ଆକାଶକୁ ।।


ଯାହାକୁ ଚାହିଁଲେ ମହଣ ଦୁଃଖରେ

ସମସ୍ତେ ତ ଆକ୍ତମାକ୍ତ

ସୁଖ ସପ ଖଣ୍ଡେ ସାଉଁଟି ବସିଲେ

ଦୁଃଖ କତରାର ପ୍ରାପ୍ତ ।।


ବିଶ୍ୱାସରେ ସ୍ନେହ ମାଗିବାକୁ ଗଲେ

ପାହିଯାଏ ସ୍ୱପ୍ନ ରାତି

ପ୍ରତାରଣା ଖଣ୍ଡାଧାରେ ଚାଲି ଚାଲି

ସରିଯାଏ ସବୁ ପ୍ରୀତି ।।


କାହା ପାଖେ ଆଉ ବାହୁନିବି ଏଠି

ଦୁଃଖ ଚିତ୍ରପଟ ସାଜି

ସୁଖର ଝଟକେ ମହମ କୁହୁକେ

ସଭିଏଁ ପାଗଳ ଆଜି ।।


ଏଠାରେ ଲାଗନ୍ତି ସର୍ବେ ଭଦ୍ରଲୋକ

ଶୁଣିବ କେ କାନପାରି

ରାତି ବା ସକାଳ ଫୁଲ ବା ଭ୍ରମର

ମନେ ବିବସତା ଭରି ।।


ଗତି ନା ପ୍ରଗତି ଶାନ୍ତି ନା ପ୍ରଣତି

କାହା ବେକେ ପକାଇବି

ଶେଷେ ସବୁ ଦୁଃଖ ମନ୍ତ୍ର ଉତରୀକୁ

ନିଜର ଯାହା କରିବି ।।


ଦୁଃଖ ଅଛି ବୋଲି ଲାଗୁଛି ସତରେ

ସ୍ୱପ୍ନ ଲୁଚକାଳି ଖେଳେ

ଦୁଃଖ ସହିଗଲେ ସୁଖ ପଛେ ଆସି

ବସିଯିବ ଆମ କୋଳେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy