STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଦୁଃଖ

ଦୁଃଖ

1 min
177

ଦୁଃଖ ଆସେ 

ପରିସ୍ଥିତିର ବାହାନା ଦେଖାଇ

କେବେ ନିୟତିର ଚାବୁକ୍ ଦେଖାଇ

ଚାରିକାନ୍ଥ ଘେରା ନିବୁଜ ଜୀବନ ଭିତରକୁ

କେଉଁ ଏକ ଦୁର୍ବଳ ଛପରକୁ

ଜୋର୍ କରି ହାତରେ ଆଡେ଼ଇ। 


କିନ୍ତୁ ଏକା ସେ ଆସେନା

ସାଥିରେ ଧରି ଆସେ

ନିଃସଙ୍ଗତାର ଲାଜୁଆ ସାଥିଟେ

ଆଉ ଛାଡ଼ି ଦେଇଯାଏ ସେଇ ନିବୁଜ କୋଠରୀରେ

ମୋ ସହ ନିବିଡ଼ ହେବାକୁ

ମୋ ଶେଯରେ ଭାଗ ବସାଇବାକୁ

ମୋତେ ଏକ ନିରୁପାୟ କଣ୍ଢେଇ ସଜେଇ। 


ମୋ ବଂଚିବାର ପ୍ରମାଣ ମାଗି ବସନ୍ତି

ଭିନ୍ନ ଭିନ୍ନ ଅଚିହ୍ନା ଯନ୍ତ୍ରଣା ମାନେ

କାନ୍ଥରେ ଝୁଲୁଥିବା ନିର୍ବାସିତ ହସ ଗୁଡ଼ାକ

ମୁଁହ ଲୁଚାନ୍ତି କେବେ ଲାଜରେ, କେବେ ଘୃଣାରେ

ମୁଁ ଯାହା ନୀରବରେ ନିଜ ସଂଜ୍ଞା ଖୋଜେ

ଓ ନିଜ ଉପସ୍ଥିତିର କାରଣ ସମୂହ। 


ନିଜ ପାଇଁ ଅଚିହ୍ନା ହେବାର ଠିକ୍ ପର ମୁହୂର୍ତ୍ତରେ

ଅଦୃଶ୍ୟ ହୁଏ ଚାରିକାନ୍ଥ, ଚଟାଣ, ଛପର

ଓ ଦୂର କି ଅଦୂର ପ୍ରତୀୟମାନ ହେଉ ନଥିବା

ଏକ ଚିହ୍ନା ଦିଗନ୍ତରେ କେହିଜଣେ ହାତଠାରି ଡାକେ,

ସମ୍ମୋହିତ ହେଲାପରି ମୁଁ ଧାଏଁ

ସେ ଅଜଣା ଠିକଣାକୁ କେଜାଣି କି ଆଶା କି ସ୍ଵପ୍ନରେ

ଆଉ ମୋ ସହ ସେଇ ମୋର ଲାଜୁଆ ସାଥିଟି

ଯିଏ ଆଜି ଅତି ଆପଣାର ପ୍ରିୟ ନିଃସଙ୍ଗତା । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract