STORYMIRROR

Mr.GAGAN BIHARI NAYAK

Tragedy Others

3  

Mr.GAGAN BIHARI NAYAK

Tragedy Others

ଦୁଃଖ ଯାର ସାଥୀ

ଦୁଃଖ ଯାର ସାଥୀ

1 min
232

ଦୁଃଖ ଯାର ସହଚର

ପସରା ତା ଲୁହଧାର

ଗରିବ ସେ ଏ ସଂସାରେ

ଏଇ ପରିଚୟ ତାର ।।0।।

ଅସହଣି ଦୁଃଖ ଭାର

ବହି ଚାଲେ କାନ୍ଧେ ତାର

ହୀନିମାନି କପାଳିଟା

ଭାଗ୍ଯ ନିନ୍ଦି ବାରମ୍ବାର ।।୧।।

ମାପିବାକୁ ତାର ଦୁଃଖ

ନାହିଁକା ପାଶେ ମାପକ

ଅଳ୍ପ ଅର୍ଥେ ଯେ ସଂତୋଷ

ନଥାଏ ମନେ ଦୁଃଖ ଯାର।।୨।।

ମାଗେନା ସେ ଖାଇବାକୁ

ନିଜ ଦୁଃଖ ଗାଇବାକୁ

ଛାତିପାତେ ସହିବାକୁ

ଯେତେ ଆସୁ ଦୁଃଖ ଝଡ ॥୩॥

ସ୍ବେଦେ ତାର ମୂଲ୍ଯଥାଏ

କର୍ମକରି ଚାଲିଥାଏ

କିଏ ତାକୁ ଠକି ଥାଏ

ଅଳ୍ପ ଦେଇ ରୋଜଗାର ॥୪॥

ସେହି ହିଁ ଏକା ଜନନୀ

ଶିଶୁକୁ ବାନ୍ଧି ପଣତେ

କର୍ମେ ଯିଏ ଅଗ୍ରସେନୀ

ମହାନତା କେଡେ ତାର॥୫॥

ଜନମନ୍ତି କୋଳେ ତୋର

ଏଡିବାକୁ ଦୁଃଖ ଭାର ।

ତୋ ମମତା ପଣତରେ

ପୋଛି ଦେଇ ଲୁହ ତୋର॥୬॥

ଗରିବ ତୁ ନୁହଁ ମାତା

ଏ ଭାରତେ ସର୍ବ ଶ୍ରେଷ୍ଠା

ଅଜ୍ଞାନୀ ମଣିଷ କେବେ

କରେ ନାହିଁ ଚିନ୍ତା ତୋର ॥୭॥

ସନ୍ତାନର ସୁଖ ପାଇଁ

ଶ୍ରମ ଜୁପେ ଜଳୁ ଥାଇ

ମାତୃତ୍ବ ପ୍ରତୀକ ତୁହି

ଜନ୍ମଭୂମି ଠାରୁ ବଡ॥୮॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy