ଦଶହରା ଓ କୁମାର ପୂର୍ଣ୍ଣିମା
ଦଶହରା ଓ କୁମାର ପୂର୍ଣ୍ଣିମା
ଆସୁଛନ୍ତି ମାଆ ଆସୁଛନ୍ତି
କି ଆଡମ୍ବରରେ ଆସୁଛନ୍ତି,
ଆଶ୍ୱିନ ମାସେ ସୁବର୍ଣ୍ଣ ରଥେ
କି ସୁନ୍ଦର ମାଆ ଦିଶୁଛନ୍ତି
ମହିଷାମର୍ଦ୍ଦିନୀ ମାତା ଦୁର୍ଗା
ମର୍ତ୍ତ୍ୟପୁରେ ବିଜେ କରିଛନ୍ତି l
ମା ଦୁର୍ଗାଙ୍କର ଭୀଷଣ ରୂପ
ଦେଖିଲେ ଲାଗଇ ଭୟ,
ନାନା ଆଭୂଷଣେ ସୁସଜ୍ଜିତ
ଦେଖାଯାଆନ୍ତି କି କମନୀୟ
ଦଶହରା ନାମେ ସୁବିଖ୍ୟାତ
ଖୁସିରେ ସଭିଏଁ ପାଳିଥାନ୍ତି l
ନୂତନ ପୋଷାକ ପିନ୍ଧିକରି
ସମସ୍ତେ ଖୁସି ମନାଉଥାନ୍ତି,
ଜଗଦମ୍ବାଙ୍କୁ ଦର୍ଶନ କରି
ଅନ୍ତର ବେଦନା ଜଣାଅନ୍ତି
ପୂଜାର୍ଚ୍ଚନା ଉପବାସ ରହି
ଖୁସିରେ ମାଆଙ୍କୁ ପୂଜିଥାନ୍ତି l
ତାପରେ ଆସେ ମାସର ଶେଷେ
କୁମାର ପୁର୍ଣ୍ଣିମା ଯେ ପରବ,
ଆକାଶକୁ ଚାହିଁ ଚନ୍ଦ୍ରମାକୁ
ଖୁସିରେ ପାଳିଥାନ୍ତି ସରବ
ପିଲା ଠାରୁ ବୁଢା ପାଲି ଖେଳି
କିଏ ଜିତି କିଏ ହାରୁଥାନ୍ତି l
ଯାହା ତୁମେ ଆଦାୟ କରିବ
ଏହି ମାସରେ ସବୁ ସରିବ,
ଯେତେ ଉପାର୍ଜନ କଲେ ଭାଇ
ପାଶେ କିଛି ହେଲେ ନ ରହିବ
ବାର ମାସେ ତେର ପର୍ବ ପାଳି
ଦେବାଦେବୀଙ୍କ କୃପା ଲଭୁଥାନ୍ତି l
