Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Children

3  

Bharatabandhu Biswal

Inspirational Children

ଦଶଦିଶ ହେଉ ତ୍ୱରା

ଦଶଦିଶ ହେଉ ତ୍ୱରା

1 min
117



ଶରଦ ପାର୍ବଣ ମଙ୍ଗଳ ପ୍ରଭାତେ

କରୁଅଛୁ ମାଆ ଅଳି

ପ୍ରକାଶୁ କିରଣ ପାହୁ ଅମା ରାତି

ଦିଶୁ ପୂର୍ବ ଆଶା ନାଲି ।


ଉଡୁ ସିଂହ ଧ୍ୱଜା ଗରଜୁ ବାହନ

ଝଲସୁ ଖଡ୍ଗ କୃପାଣ

ଶୂଳ ହସ୍ତେ ମାଆ ଗିରିଜା ବିରଜା

କର ଧରାବତରଣ ।


ହୁଅ ପ୍ରକଟିତ ଦେବୀ ମହାଶକ୍ତି

ଅପର୍ଣ୍ଣା ଗୈ।ରୀ ବିମଳା

ଔଜଲ୍ୟ କମଳା ସ୍ୱର୍ଣିମ ବର୍ଣ୍ଣ।ଳି

ଦଶଦିଶ ହେଉ ତ୍ୱରା ।


ନାଶ ହେଉ ପାପ ଅନ୍ୟାୟ ଦୁର୍ନୀତି

ରୋଗ ଦୁଃଖ ମହାମାରୀ

ଦିଅ ସଦବୁଦ୍ଧି ବିକଶୁ ଜୀବନ

ସତ୍ୟ ପଥ ଅନୁସରି ।


ହେଉ ତେଜୋଦୀପ୍ତ ଜ୍ଞାନର ପ୍ରଦୀପ

ସୁସମ୍ବନ୍ଧ ଆତ୍ମିୟତା

ସଦ୍ଭାବନା ମୈତ୍ରୀ କ୍ଷମା ଦିବ୍ୟଗୁଣେ

ସମୁଜ୍ଜଳୁ ମାନବତା ।


ପ୍ରସ୍ଫୁଟିତ ହେଉ ପ୍ରଫୁଲ୍ଲ କମଳ

ସତ୍ୟ ଶାନ୍ତି ଶତଦଳ

ଦିଅ ସୁସାମର୍ଥ୍ୟ ଶକ୍ତି ଶୁଭାଶିଷ

କଲ୍ୟାଣ ହେଉ ମଙ୍ଗଳ ।



Rate this content
Log in

Similar oriya poem from Inspirational