Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Archana Acharya

Abstract

3  

Archana Acharya

Abstract

ଦଶଭୂଜା

ଦଶଭୂଜା

1 min
184


ଦଶଭୂଜେ ଅସ୍ତ୍ର ଧରି

ଦିବ୍ୟଶକ୍ତି ଦେହେ ଭରି,

ପାପିର ବିନାଶ ପାଇଁ

ମାଗୋ ଆସୁ ଅବତରି ।

କାଶତଣ୍ଡୀ ଫୁଲ ଗାଏ

ଜନନୀ ଜନନୀ ବୋଲି ,

ପ୍ରସ୍ଫୁଟିତ ହୁଏ ପଦ୍ମ

ତୋ ଗଳେ ପଡିବ ଝୁଲି ।

ମହକି ଉଠଇ ଧରା

ଅପୂର୍ବ ସୁଗନ୍ଧଭରି,

ଘଣ୍ଟ ଘଣ୍ଟା ଶବଦରେ 

ମର୍ତ୍ତ୍ୟଧାମ ଉଠେ ପୁରି ।

ଚାହିଁ ବସିଛନ୍ତି ଦୁଃଖି

ଦୁଃଖକୁ ଜାବୁଡ଼ି ଧରି,

ଅତୁଟ ବିଶ୍ୱାସ ମାଗୋ

ଦୁଃଖକୁ ତୁ ନବୁ ହରି ।

ଅନାଥର ମାତା ସାଜି

ମମତା ବାଣ୍ଟିବୁ ମାଆ,

ନିତି ଆଖି ଭିଜେ ଲୁହେ

ଆନ କେହି ନାହିଁ ସାହା ।

ରୋଗ କଷ୍ଟେ ବହୁ ଦିନୁ

ଯାମୁଖୁ ଲିଭିଛି ହସ,

ଭରି ଦେ ମା ଥରେ

ଖୁସିର ଅମୃତ ରସ ।

ନାଚି ଉଠୁ ପ୍ରତି ପ୍ରାଣ

ତୋର ନାମ ଗାଇ ଗାଇ,

ସବୁ ବିପଦରେ ଥାଉ

ତୋର ସେ ପଣତ ଛାଇ ।


Rate this content
Log in

Similar oriya poem from Abstract