STORYMIRROR

Satyabati Swain

Inspirational

3  

Satyabati Swain

Inspirational

ଦୃଷ୍ଟି ଭଙ୍ଗୀ

ଦୃଷ୍ଟି ଭଙ୍ଗୀ

1 min
180


ପାଞ୍ଚ ମନ ଏଠି ପଚିଶ ପ୍ରକୃତି

       ଦୃଷ୍ଟି ଭଙ୍ଗୀ ଭିନ୍ନ ଭିନ୍ନ

ଏକ ମା ର ଯମଜ ସନ୍ତାନ

     ହୋଇ ନଥାନ୍ତି ସମାନ।


ବିଶାଳ ଏ ବିଶ୍ୱ ବିଚିତ୍ର ପ୍ରକୃତି

    ସରଳ କିଏ ବା ଜଟିଳ

ଦିବ୍ୟ ଭାବନା କାହା ହୃଦୟ

   ପୁଣି କାର ମନେହଳାହଳ।


ପରୋପକାରୀ କେ କିଏ ବା

     ଅତି ହିଁ ନୃସିଂଶ ଜାଣ

କ୍ରୋଧି ଅହଙ୍କାରୀ କିଏ ସେ ପୁଣି

     ଅଟେ ଅତି ଦୟାବାନ।


ସଜାଡ଼ିବାକୁ କେ ଭଲପାଆନ୍ତି

       କିଏ ତ ବିଗାଡେ ଖାଲି

ତିଳକୁ କେହି ତାଳ କରନ୍ତି

    ନିଏ କିଏ ଅନ୍ୟ ଦୁଃଖହରି।


ମନ ମସ୍ତିଷ୍କ କାହାର ସବୁକଥା

      ଅର୍ଥରେ ତଉଲୁ ଥାଏ

କେହି ପୁଣି ଅତି ସ୍ନେହୀ ଲୋକ

     ସ୍ନେହପ୍ରେମ ଖୋଜିହୁଏ।


ସେ ମୋର କଲେ ତାର କରିବି

    ଏକଥା କେହି ବି ଭାବେ

ସମ୍ପର୍କରେ ଖାଲିହିସାବନିକାଶ

     କରୁଥାଏ ନିତି ଭବେ।


ଅତି ସ୍ୱାର୍ଥପର ଭାରିଅବିବେକି

      ନ ଚାହେଁ ଆପଣାମୁଖ

ଏମିତି କିଛି ଅଛନ୍ତି ସଂସାରେ

      ବିଷ କୁମ୍ଭ ପୟୋ ମୁଖ।


ମିଛ ମାୟା ଏହି ସଂସାର ଆମ

   କିସ ଅବା ଯିବା ନେଇ

ସଫା ହୃଦୟ ସୁନ୍ଦର ମନଟିଏ

   କାହିଁକି ନ କରିବା ଭାଇ !


ଆସିଛେ ତ ଖାଲି ଯିବା ବିଖାଲି

   ଏମିତି କରିବା କିଛି କାମ

ମଲା ପରେ ବି ମଣିଷଛାତିରେ

   ରହିବ ଯେପରି ଆମ ନାମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational