ଦୃଶ୍ୟ ଅଦୃଶ୍ୟ
ଦୃଶ୍ୟ ଅଦୃଶ୍ୟ
ପକ୍ଷୀମାନଙ୍କ ଉଡାଣ
ସାରା ଆକାଶର ନୀଳପଣ
ଝାଉଁ ବଣ, ନଈ ପଠା
ସମୁଦ୍ରର ନୀଳ ଜଳରାଶି
ଆକାଶର ଇସାରା
ତାରାମାନଙ୍କ ମିଟିକା
ସବୁ ଦୃଶ୍ୟମାନ ଏ ଆଖିରେ,
ଆଖିଠାରୁ ଦୂର କେହିନୁହେଁ
ମନ,ପ୍ରାଣ ,ଆତ୍ମାରେ
ସବୁ ନାଚୁଛନ୍ତି ଦିଵରାତ୍ରୀ ନିରନ୍ତର|
ଫୁଲ ସବୁ ଫୁଟୁଛନ୍ତି
ହସୁଛି ଉପବନ
ଫୁଲମାନଙ୍କ ମଥାରେ
ପ୍ରଜାପତି ମନଭରି ଆଙ୍କୁଛି ଚୁମା
ଭଅଁର ଗୁଣୁ ଗୁଣୁ ପଢୁଛି ପ୍ରେମ ସମ୍ବିଧାନ|
ଆଖିରେ ସେଇ ଚାହାଣୀ ଅଛି
ଜଙ୍ଗଲରୁ ବଂଶୀ ସ୍ୱର ଶୁଭୁଛି
ରାତିର ଅନ୍ଧାର ଆଡ଼େଇ ସୂର୍ଯ୍ୟ ଉଉଁଛି
ଭଲପାଇବା, ଵାୟୁପରି ଦେହରେ ଖେଳୁଛି
ବାରମ୍ବାର ଢେଉ କୁଳ ଛୁଇଁଲାପରି
ସବୁ ମନ,ହୃଦୟକୁ ଛୁଉଁଛି |
ପ୍ରତେକର ନିଜସ୍ୱ ଧର୍ମ ଅଛି
ଧର୍ମଜ୍ଞାନ ମଣିଷର ରହିଛି
ନିଜ ଭିତରେ ଅମୃତ ଅଛି
ସବୁତ ଜୀବନମୟ ଅଛି
ଜୀବନ ତେବେ ଜହର କାହିଁକି ପାଲଟିଛି|
ହେ ଈଶ୍ୱର!
ଏତେ ଦୃଶ୍ୟମାନ ସବୁ ଯଦି
ଅଦୃଶ୍ୟ ସବୁ ହୁଅନ୍ତି କାହିଁକି?
