ଦର୍ପଣ
ଦର୍ପଣ
ମ୍ୟାଜିକ୍ କୋଟ ଟିଏ ନେଇ ଏ ଆସେ
ଏବଂ ତତ୍କ୍ଷଣାତ୍ ଦର୍ପଣଟି ଭାଙ୍ଗିଯାଏ
ତାର ଭଙ୍ଗା କାଚରେ ରହିଛି ଗ୍ରାମ୍ୟ କିଶୋରୀ
ରହିଛନ୍ତି ସତୀ ସୀମାଂତିନୀ
ଅବା ଗନ୍ଧର୍ବ ପୁରୁଷ
ସବୁ ହିସାବ କିତାବର ଅଂତ ହୁଏ ।
ମୁଠାଏ ପଖାଳ ଦି’ଖଣ୍ଡ ରୁଟିରେ
ଋଷୀ ବାପୁଡ଼ାର ନିଃସଙ୍ଗ ନିଦରେ
ରାତି ପାହିଗଲେ ସ୍ଵପ୍ନ ହଜିଯାଏ
ଦର୍ପଣ ଯୋଡି ହୋଇଯାଏ
ତଥାପି ଅବିଚଳିତ ତଥାପି ଈଶ୍ଵର ।
ଦର୍ପଣରେ ନିଜର ପ୍ରତିବିମ୍ୱ ଦେଖି
ମୁଁ ପରରିଲି – ଏ କିଏ ?
ଦର୍ପଣ କହିଲା - ଏ ଏକ ଭୂତ
ସବୁବେଳେ ଦାନ୍ତ ନିକୁଟାଇ ହସୁଥାଏ
ପୁଣି ଆପେ ଗମ୍ଭୀର ହୋଇଯାଏ
ଏହାର ଛାଇ ଖେଳି ଯାଏ ସର୍ବତ୍ର
ନଗ୍ରରୁ ଜନପଦ ଅଗ୍ରାଗ୍ନି ବନସ୍ତ ।