ଦର୍ପହାରୀ ହେ ବଳିୟାର
ଦର୍ପହାରୀ ହେ ବଳିୟାର
ଦୟାମୟ ଦୀନବନ୍ଧୁ ଝରାଅ କରୁଣା ବିନ୍ଦୁ
କରୁଣା ବରୁଣାଳୟ ଭାବ ନାଉରୀ,
ଦୀନଦୁଃଖି ହୃଦୟର ଭାବପୁଷ୍ପ ଗଳାହାର
କିପରି ଜାଣି ଅଜଣା ଆହେ ଶ୍ରୀହରି
ଦିବ୍ୟମୟ କାନ୍ତି ମଣ୍ଡିତ
ଦୁଃଖି ଜୀବନରେ ଥରେ ଦେଖିବ ନେତ୍ର ।
ଦିବ୍ୟସିକ୍ତ ଆତ୍ମାଧାରେ ସୁଶୋଭିତ ଭାବନୀରେ
କୃଷ୍ଣ ଆଶ୍ରିତ ପ୍ରାଣରେ ପୁଲକ ସୁରେ,
ଦରଦୀ ପ୍ରାଣରନାହା ହେଯୋଗାଧି ଚଉବାହା
ଅନୁଗ୍ରହ ଶ୍ରଦ୍ଧାବର୍ଷୀ ଅର୍ଣ୍ଣବ ତୀରେ
ଦନୁଜ ନାଶନ କେଶବ,
ଦଇତାରୀ ହେ ମୁରାରୀ କୃପା ବିଭବ ।
ଦୟାସାଗର ନାମରେ ଲାଗିବ କଳଙ୍କ ଆରେ
ବଦନ କମଳ ତବ ପଦ୍ମ ନେତ୍ରରେ,
ହୃଦୟେଶ୍ୱର ଶ୍ରୀଧର ନାମସାର ହଜିବରେ
ଦିବସ ନିଶିରେ ବ୍ୟଥା ପ୍ରାଣ ଆତୁରେ
ଦହଇ ବିଷାଦ ଅନ୍ତରେ,
ଦିବ୍ୟତା ରଥେ ଇଶ କୃପାରେଣୁ ବାରେ ।
ଦମ୍ଭମୋର ଲକ୍ଷ୍ମୀକାନ୍ତ ଆତ୍ମା ସୁହୃଦ ସୁବନ୍ତ
ଦାୟୀବନ୍ଧନରଜ୍ଜୁ,ର ମୋଜୀବନରେ,
ଦରଶ ପରଶ ଭାଗ୍ୟ ଅନୁକମ୍ପା ଆଶା ସର୍ବ
ଦରିଦ୍ରନିଧି ଆହା କରି କିଞ୍ଚିତରେ
ଦର୍ପହାରୀ ହେ ବଳିୟାର
ଦର୍ଶନ କରିବି ହୃଦେ ପରମେଶ୍ୱର ।
ଦଶତ ହୃଦୟ ନେଇ କେତେବା ସମୟ ଯହିଁ
ଦାତାପଣ ଦେଖି ମାଗେ ତଵ ଦର୍ଶନ
ଦୃଢ଼ତା ପରୀକ୍ଷା ପାଇଁ ସଞ୍ଜ ନଇଁଗଲା ତହିଁ
ଦିଅନାହିଁ ଦୁଃଖମୋତେ ହୁଅ ପ୍ରସନ୍ନ
ଦିବ୍ୟଧାମେ ନିଅହେ ନାଥ
ଦୀନବନ୍ଧୁ ନାମ ହରି କରି ସାର୍ଥକ ।
ଦର୍ପହର ନାରାୟଣ ଦଳୀୟ କଂସ ନାଶନ
ଦେବଙ୍କୁ ଦୁର୍ଲ୍ଲଭ ରମାପତି ସମ୍ପଦ
ଦର ହାସିତ Oକାର କଳେବର ପୁଲକିତ
ଦିବ୍ୟନାମେ ତଵ ହରି ହରି ତପତ
ଦୁଃଖେ ଚିନ୍ତାମଣି ପ୍ରଣତି,
ଦମ୍ଭିଲା ପଣକୁ ପତି ଖଣ୍ଡି ବିପତ୍ତି ।
ଦୟାବନ୍ତ ଦୟାକର ଅଧମ ଯୋଡୁଛି କର
ଦାତାପଣେ ବଳିୟାର କଷଣ ହର
ଦୀକ୍ଷାଗୁରୁ ଶିକ୍ଷାଗୁରୁ ଗୁରୁ ଗୁରୁ ମହାମେରୁ
ଦୀନାଭାବେ ପ୍ରଣତି ସମର୍ପି ଅନ୍ତର
ଦୁର୍ଘଟ ଭାଗ୍ୟକୁ ଶ୍ରୀକର,
ଦୁର୍ଦଶା ହାରି ମୁରାରୀ ପ୍ରଣତି ଶ୍ୱର ।
ଦମନ ଦଶ ଇନ୍ଦ୍ରିୟ ହରିହେ ଭବ ଅର୍ଣ୍ଣବ
ଧରିଛି ଚରଣ ତଵ ହେ ବାସୁଦେବ
ଦେବଙ୍କୁ ଯା,ଅଗୋଚର ମାନବୀ କି,ଶକ୍ତିଛାର
ଦିବ୍ୟପଦ ଭାବକାହୁଁ ହୃଦେ କେଶବ
ସମର୍ପିଛି ସଂସାର ନାଵ,
ଦୟାରେ ଭିଜେଭାବେ କୃପା ମାଧବ ।
