STORYMIRROR

Jagabandhu Sahu

Tragedy

3  

Jagabandhu Sahu

Tragedy

ଦରଦୀ ମନର ବ୍ୟଥା

ଦରଦୀ ମନର ବ୍ୟଥା

1 min
6.2K


ଖେଳିବା ପଢିବା ବୟସରେ ମୋର

ସମୟ ସାରଇ କାମେ

ମୋର ସମସ୍କନ୍ଦ ପିଲା ସବୁ କେତେ

ଯାଉଥାନ୍ତି ଅଧ୍ୟୟନେ


ଦେଖୁଥାଏ ମୁହିଁ ପାଇପି ମୂଳରୁ

ବାସନ ଧୋଇଲା ବେଳେ

ଥରିଉଠେ ଛାତି ମାଲିକ ଡାକରେ

ଆଶାଟି ଆଶାରେ ମିଳେ


ଦେଖୁଥାନ୍ତି ମୋତେ ବୁଲି ବୁଲି ସବୁ

କହୁଥାନ୍ତି କେତେ କଥା

ଥରେବି ତ କେହି ବୁଝନ୍ତିନି ମୋର

ଦରଦୀ ମନର ବ୍ଯଥା


ତାଙ୍କୁ ଦେଖି ଦେଖି ଇଛା ହୁଏ ମୋର

ପଢିବା ପାଇଁକି ପାଠ

ଗୁରୁଜୀ ଆଶିଷେ ହୁଅନ୍ତି ଗୋଟିଏ

ତାଙ୍କରି ଆଦର୍ଶ ଚାଟ


ଶିକ୍ଷିତ ହୋଇଲେ ମଣିଷ ସମାଜ

ଶିକ୍ଷିତ ହୋଇବ ଦେଶ

ଅନ୍ଧାର ହଟିବ ଆଲୁଏ ହସିବ

ଏଇ ମୋ ଭାରତ ବର୍ଷ


[ ପ୍ରେମ୍ କବି ଜଗବନ୍ଧୁ ସାହୁ ]

[ ଛଞ୍ଚାଣିଆ ପଲ୍ଲୀ ( ଗଞ୍ଜାମ ) ]


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy