STORYMIRROR

PUSPALATA SAHOO

Abstract

4  

PUSPALATA SAHOO

Abstract

ଦ୍ରୌପଦୀ ତୁମେ

ଦ୍ରୌପଦୀ ତୁମେ

1 min
239


ଓଡିଶା ମାଟିର ଗୌରବ ତୁମେ

ଏ ମାଟିର ଲଳନା

ମାଟି ମାଆ ପାଇଁ ନାଁ ରଖିଗଲ

ଉଡାଇ ଓଡ଼ିଆ ବାନା !!........((1))

ରାଇରଙ୍ଗପୁର ହସି ଉଠେ ଆଜି

ତୁମରି ବିଜୟ ପାଇଁ

ରାଇସିନା ଯାଇ ଶାସନ କରିବ

ଆମ ଏ ଭାରତ ଭୂଇଁ !!.........((2))

ଜନଜାତି କୁଳ କରିଲ ଉଜ୍ୱଳ

ଆପଣା କରମ ଫଳେ

ଫେରି ନାହଁ କେବେ ପଛକୁ ଜୀବନେ

ଦୃଢ଼ ସଂକଳ୍ପ ବଳେ !!............((3))

ପଞ୍ଚଦଶ ତମ ରାଷ୍ଟ୍ରପତି ଭାବେ

ବରିଲ ନିଜ ଆସନ

ଶୋଷଣ କଷଣ ଅଭାବ ପେଷଣ

ସବୁ ହେବ ଅବସାନ !!............((4))

ମହିୟସୀ ତୁମେ ଏ ମାଟିର ଗର୍ବ

ଦ୍ରୌପଦୀ ତୁମ ନାମ

ଯାଜ୍ଞରୁ ସମ୍ଭୁତା ଯାଜ୍ଞସେନୀ ଭଳି

ରଖିବ ଜାତିର ମାନ !!............((5))

ନୀତି ନିୟମରେ ଦେଶକୁ ଚଳାଇ

ଶାସନ ଡୋରିରେ ବାନ୍ଧି

ସ୍ନେହ ମମତାର ପଣତ କାନିରେ

ସଭିଙ୍କୁ ରଖିବ ଛନ୍ଦି !!........((6))



Rate this content
Log in

Similar oriya poem from Abstract