ଦୋଳି
ଦୋଳି


ଜୀବନ ଜନମ ମରଣ ମଝିରେ ଜୀଵ
ଖେଳୁଛି ଦୋଳି
ପୃଥିବୀ ଆକାଶ ମଧ୍ୟରେ ତ୍ରିଶଙ୍କୁ
ଝୁଲିବା ପରି।
ଜୀବନେ ସପନ ଆଶା ସୁନା ହରିଣ
ଭ୍ରମ ର ଖାତେ
ଦଉଡାଇ ମାରେ ମାୟା ମୋହେ ବାନ୍ଧି
ଖୁସିରେ ପୋତେ।
ବୟସ ଆୟୁଷ ସରେ କେଡେ ବେଏଗି
ଜଣା ନ ପଡେ
ବର୍ତ୍ତମାନ ବେହୋସ୍ ରୂପ ରଙ୍ଗ ଦେଖି
ଖାଲି ବଢେଗଢେ।
ଅଳିକ ସଂସାର ସୁଖରେ ଏମିତି ମାତେ ଜୀବ
ସବୁ ଭୁଲି ଯାଏ
ସମୟ ସୂତା ଖିଏରେ ଦୋଳି ଝୁଲେ ଜୀଵ
ନ ଜାଣେ ହାଏ।
ନିଃଶ୍ବାସକୁ ନାହିଁ ତିଳେ ବିଶ୍ବାସ ଏତିକ
ନ ବୁଝେ ଯାହା
ଦୋଳି ଛିଡି ଯିବ ଦିନେ ତ ନିଶ୍ଚୟ କେ
ନ ହେବ ସାହା।
ବେଳ ଥାଉ ଥାଉ ମନ ବାନ୍ଧରେ ବନ୍ଧ
ଭୁଲି ନ ଯାଇ
ଦୋଳି ଛିଡିଲା ବେଳକୁ ଯେମିତି ତୋତେ
କଷ୍ଟ ନ ହୋଇ।