STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଦୋ ଛକିରେ ଜୀବନ

ଦୋ ଛକିରେ ଜୀବନ

1 min
319

ଧୂଳିଖେଳେ ମାତି ଧୂସର ହୁଏନା 

ଜୀବନର ଚଉପାଢ଼ୀ,

ପତଙ୍ଗ ସହିତ ସପନ କି କେବେ 

ଆକାଶେ ଗଲାଣି ଉଡ଼ି ।


କଣ୍ଢେଇ ଖେଳରେ ମିଛ ବାହାଘର 

ହୁଏନାହିଁ କେବେ ସତ,

ଜୀବନକୁ ଯିଏ କରିବସେ ଖେଳ 

ଆୟୁଷ ତା ଯାଏ ବ୍ୟର୍ଥ।


ଖେଳରେ ଖେଳରେ ଭାଙ୍ଗେ ଗଢ଼େ ନିତି 

କେତେ ନୂଆ ବାଲିଘର,

ଜୀବନର ଘର ଥରେ ଗଲେ ଭାଙ୍ଗି 

ଗଢ଼ିବା ଭିଡ଼ ବ୍ୟାପାର। 


ପ୍ରତିଯୋଗିତାରେ ନଥାଏ ସନ୍ଦେହ 

ଲକ୍ଷ ବି ନିର୍ଦ୍ଦିଷ୍ଟ ଥାଏ,

ଜୀବନ ଦୌଡ଼ରେ ଦୋଛକି ବୁଲାଣି 

ପାଦ ଅଟକାଇ ଦିଏ। 


ଦୋଛକିରେ କେଉଁ ଦିଗେ ଲକ୍ଷସ୍ଥଳ 

ମଣିଷ ପାରେନା ଜାଣି

ଆଜି ନିଷ୍ପତିରେ କାଲି ଥାଏ ଲୁଚି 

ବିଚିତ୍ର ଏ ଯାଦୁ ମୁଣି। 


କେତେ ବୁଦ୍ଧି କେତେ ବିବେକ ଆଲୋକେ 

ନିରେଖି ଦେଖିଲେ ଯେତେ,

ଭବିଷ୍ୟତ ଦିଶେ କୁହୁଡ଼ି ଭିତରେ 

ଛାଇ ପରି ଲାଗେ ସେତେ। 


ହାତେ ମାପି ଧୀରେ ଚାଖଣ୍ଡେ ଚାଲିବା 

ଏଇ ତ ସଂସାର ରୀତି,

ଅତି ଆଗଭର ହେଲେ ବିପଦରେ 

ପଡ଼ି ନଷ୍ଟ ହୁଏ ଶାନ୍ତି। 


ସରଳ ରେଖାଟେ ପରି କା ଜୀବନ 

ନୁହେଁ କେବେ ଏକ ମୁଖୀ,

ବିଚିତ୍ର ସଂସାର ଭିନ୍ନ ସହାଯାତ୍ରୀ 

ଲକ୍ଷ ଏଠି ବହୁମୁଖୀ। 


ବାଲ୍ୟ ଚପଲତା ସୁଖେ ଯାଏ ସରି 

ଯୌବନ ବଡ଼ ବିଷମ

ବାର୍ଦ୍ଧକ୍ୟରେ ଭାଗ୍ୟ ସାହା ଏକମାତ୍ର

ଅପେକ୍ଷାରେ ଥାଏ ଯମ।


କଣ୍ଢେଇ ଖେଳ ଏ ନୁହେଁ ଜୀବନଟା

ଦୋଛକିରେ ସଦା ପଡ଼େ,

ଦୁଇଟାରୁ ଗୋଟେ ବାଛି ବାଛି ଧୀରେ

ଆୟୁଷର ସୂତା ସରେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract