STORYMIRROR

Padmalaya Mishra

Inspirational

3  

Padmalaya Mishra

Inspirational

ଦ୍ଵନ୍ଦ

ଦ୍ଵନ୍ଦ

1 min
13.9K


ତୁମେ ଜିବୀତ ତୁମେ ମୃତ

ଦ୍ଵନ୍ଦ ମଧ୍ୟେ ବିତିଗଲାଣି

ଅନେକ ଦିନ ମାସ ବର୍ଷ

ତୁମେ ତ ଅମର ବୀର କୁମର

ଚର୍ଚ୍ଚାରେ ଥିଲ ରହିଥିବ

ଏମିତି ବର୍ଷ ପରେ ବର୍ଷ ।

ଭାରତ ସ୍ଵାଧୀନ ତଥାପି ପରାଧୀନ

ଲୋଭୀ ଲମ୍ପଟ କବଳେ

ଅଣନିଶ୍ଵାସୀ ହୋଇ ପଡିଛି

ତୁମ ପରି ବୀର କରିବ ଦୂର

ଜନମ ଲଭି ଭାରତମାତା କୋଳେ

ବିଶ୍ବାସେ ତ୍ରିରଙ୍ଗା ଉଡୁଛି ।

ଉଡିଲେଣି ଗଗନେ ତଥାପି ଶ୍ମଶାନେ

ଧର୍ଷିତା ହୋଇ ନାରୀ ଜଳେ

କାପୁରୁଷମାନଙ୍କ ପାଇଁ

ଆସ ବାହୁଡି ବାନ୍ଧି ପଗଡି

ଅରାଜକତା ହଟେଇ

ଲଢିବା ଦିଅ ପୁଣି ଶିଖେଇ ।

ଆସହେ ବୀର ଧରି ସ୍ଵଶରୀର

ନେତାଙ୍କୁ ନେତାପଣ ଶିଖେଇ

ଭ୍ରଷ୍ଟାଚାର ହେଉ ଦୂର

ତୁମ ଜନ୍ମଦିନ କରୁ ପାଳନ

ବୀରତ୍ଵ ଗାଥା ଗାଇ

ଅନ୍ୟାୟ ବିରୁଦ୍ଧେ ଜାରି ରହୁ ସମର ।।।।


ପଦ୍ମାଳୟା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational