STORYMIRROR

ଅନିଲ କୁମାର ଲେଙ୍କା

Tragedy

4  

ଅନିଲ କୁମାର ଲେଙ୍କା

Tragedy

## ଦନାର ମାଝୀ ##

## ଦନାର ମାଝୀ ##

1 min
233


ଦନାର ମାଝୀର ପତ୍ନୀ ଚାଲିଗଲା

      ମରତରୁ ତରିଗଲା

ସରକାର ପାଇଁ କଡା ବାର୍ତ୍ତାଟିଏ

    ସିଏ ଛାଡି ଦେଇଗଲା ।।


ନିଷ୍ଠୁର ନିଷ୍ପତ୍ତି ଥିଲା ବିଧାତାର

    ଅସମୟେ ନେଇଗଲା

ବଢିଲା ଝିଅକୁ ଅଧା ରାସ୍ତାଟାରେ

    ମାଆ ଛେଉଣ୍ଡ କରିଲା ।।


ବିଚରା ନିରୀହ ଆଦିବାସୀ ଦାନ

  ଏକଲା ଯେ ହୋଇଗଲା

ଜୀବନ ପଥରେ ପତ୍ନୀକୁ ହରେଇ

  ପିଲାଙ୍କ ଦାୟିତ୍ୱ ନେଲା ।।


ଆୟୁଷ ସରିଲା ପରେ ବି ବହୁଧା

   ହୀନିମାନ ହୋଇଥିଲା

ନିଜର ସାଧନ ଅଭାବ କାରଣେ

   ବାରଣ୍ଡାରେ ପଡିଥିଲା ।।


ନିଜର ବାହନ ଅବା ସରକାରୀ

   ଗାଡି ତା ପାଇଁ ନଥିଲା

ଶାଶୁଘର ଗାଆଁ ମଶାଣୀ ଭୂଇଁଟା

    ଏଣେ ତାକୁ ଝୁରୁଥିଲା ।।


ନିରୂପାୟ ହୋଇ ଦନାର ମାଝୀଟା

     ଛାତିକୁ ପଥର କଲା

କାହାକୁ ଅପେକ୍ଷା ନ କରିକି ସିଏ

   କାନ୍ଧେ ଶବ ବୁହାଇଲା ।।


ଘରଣୀ ମଢାକୁ ଗାଆଁକୁ ଆଣିକି

   ସଂସ୍କାର ସେ କରାଇଲା

ସଚ୍ଚୋଟ ଦାମ୍ପତ୍ୟ ପ୍ରେମର କଥାଟି

    ଉଦାହରଣ ହୋଇଲା ।।


ଦାନ ମାଝୀ ତାର ନିଷ୍କପଟ ପଣେ

    ସଭିଙ୍କୁ ପ୍ରେରଣା ହେଲା

କୁତ୍ରିମ ପ୍ରେମରେ ଆବଦ୍ଧ ମାନବେ

     ଆଇନାଟେ ଛାଡିଗଲା ।।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy