Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mrs. SASMITA DAS

Inspirational

3.6  

Mrs. SASMITA DAS

Inspirational

ଦକ୍ଷ କଳାକାର ମୁଁ ସାଜିବି

ଦକ୍ଷ କଳାକାର ମୁଁ ସାଜିବି

1 min
11.2K


ସଂସାର ରଂଗ ମଞ୍ଚରେ

ଆମେ ସଭିଏଁ କଳାକାର

ଅଦୃଶ୍ଯ ରଜ୍ଜୁରେ ବନ୍ଧା

ଆମ ଏ ଜୀବନ ।

       ବର୍ତ୍ତମାନ ପରିପ୍ରେକ୍ଷେ

       ହଠାତ୍ କାହିଁ ମନେ ଆସେ

       ଦକ୍ଷ କଳାକାର ମୁଁ ସାଜିବି

       ଯୋଦ୍ଧା ନ ହେଲେ ବି 

       ଅଭିନୟ ପଥେ ମୁଁ 

      ଦକ୍ଷ କଳାକାର ହେବି ।

କପଡ଼ାର ମାସ୍କ ଭଳି

କଳାକାର ମାସ୍କ ମୁଁ ପିନ୍ଧିବି

ସବୁରି ଅର୍ନ୍ତମନେ

ସଚେତନତାର ବୀଜ ମୁଁ ରୋପିବି ।

        ଆତଙ୍କିତ ମନେ ମୁଁ

        ଆଶା ସଂଚାରିବି

        ଲୁହଭିଜା ନୟନେ

        ଆହ୍ଲାଦ ଯୋଗାଇବି

        ଦକ୍ଷ କଳାକାର ମୁଁ ସାଜିବି ।

ନିଜ କଷ୍ଟର ଆଭାସ

କାହାକୁ ନଦେବି

ଅନ୍ଯର ଓଠରେ

ସ୍ମିତହାସ୍ଯ ଖେଳାଇବି

ଦକ୍ଷ କଳାକାର ମୁଁ ସାଜିବି ।

        ଅନ୍ଯ ସମସ୍ଯାର ସମାଧାନ

        ବାଟମୁଁ କାଢ଼ିବି

       ସମଭାଗୀ ହୋଇ ମୁଁ

       ସବୁରି ଅନ୍ତରେ ଆଶାର

       କିରଣ ସଂଚାରିବି ।

ନୟନେ ଅଞନ ବୋଳି

ନିଜ ଲୁହ ରୋକି ନେବି

ଅନ୍ଯର  ଆଖିରେ 

ଖୁସିର ଜୁଆର ଆଣିବି ।

          ଅକୁହା ବେଦନା 

         ମୋର ଅନ୍ତରେ ରଖିବି

         ବାକ୍ଯ ସଂଳାପେ

        ମନୋମୁଗ୍ଧ ମୁଁ କରିବି ।

 ଉଦାର ହସ୍ତରେ 

ଅନ୍ଯକୁ ସାହାଯ୍ଯ କରିବି

ଦୁର୍ଗମେ ଚଲାପଥେ ଅନ୍ଯର

ସାହାସର ସାଥି  ହୋଇଯିବି

ଈଶ୍ୱର ନିର୍ଦ୍ଦେଶେ

ମୋ କର୍ମ ନିଜେ

ସଜାଡ଼ିବି ।

ଦକ୍ଷ କଳାକାର ମୁଁ ସାଜିବି

        ଅଭିନୟ ସାରି ମଞ୍ଚରୁ

        ଫେରିବାକୁ ହେବ

       ମଞ୍ଚରେ ପରଦା

       ଆପେ ଆପେ ପଡ଼ିଯିବ ।

 ଅଭିନୟ ଦକ୍ଷ କରି

ବାହୁଡ଼ିବି ମୁହିଁ

ସବୁରି ଅନ୍ତରେ ସ୍ଥାନ

ରଖିଯିବି ମୁହିଁ ।

       ଯିବା ସତ୍ଯ

       ମୃତ୍ଯୁ ସତ୍ଯ

       ଧ୍ରୁୁବ ସତ୍ଯ ପଥେ

       ଅଭିନୟ  କରିସାରି

       ନିଜ ଦକ୍ଷ ହସ୍ତେ ା 



Rate this content
Log in

Similar oriya poem from Inspirational