STORYMIRROR

Satyabati Swain

Inspirational

3  

Satyabati Swain

Inspirational

ମାଟିର ସ୍ୱର୍ଗ

ମାଟିର ସ୍ୱର୍ଗ

1 min
162

ପୁଣ୍ୟ ଉତ୍କଳ ଭୂଇଁ ଧନ୍ୟ ଉତ୍କଳ ଭୂଇଁ ମୋ ଓଡିଶା

ବିଶ୍ବେ ବନ୍ଦନୀୟ ମହାନ ଯା ପରମ୍ପରା ବେଶଭୁଷା ।

ଧର୍ମ କର୍ମ ଭାଇଚାରା ସାନ ସାନ ଯାହାର ପିଲେ

ସମୟକୁ ଜୟ କରି ଇତିହାସେ ନାମ ଲେଖିଲେ।

କୋଣାରର୍କ ସେଇ ଗାଥା କୁହେ ଧରମାର କଥା

ବାଳୁତ ପୁଅ ବାଜିଆ ହୃଦୟେ ବଢାଏ ବ୍ୟଥା।।


ରତ୍ନଗିରି ଖଣ୍ଡଗିରି ଧଉଳିର ବୁକୁ ବିଦାରି

ଦୟା ନଦୀ କୁହେ ବୀର ପାଇକ କେଡେ ବଳି।

ଓଡ଼ିଆ ଜୀବନ କଥା ତାର କି ମହନୀୟତା

ଗଗନେ ପବନେ ଦିଏ ଶାନ୍ତି ସରଳ ବାରତା।

ମଶାଣୀ ଯା ସ୍ୱର୍ଗଦ୍ୱାର ରାଜା କାଳିଆ ଠାକୁର

ଭକ୍ତ ପାଇଁ ଯୁଦ୍ଧେ ଯାଏ ପ୍ରଭୁ ଯେଉଁ ମାଟିର।


ପଥର କୁହଇ କଥା ପ୍ରକୃତି ଲେଖେ କବିତା

ନଈ ଝରଣା ଗାଏ ଗୀତ ଗରଭେ ରତ୍ନ ସାଇତା।

ସେଇ ମୋ " ମାଟିର ସ୍ୱର୍ଗ "ଓଡ଼ିଆ ସୁଷମା ଶିରୀ

ମନ୍ଦିର ମାଳିନୀ ରାଇଜ ବିଶ୍ବେ ପଡୁଅଛି ହୁରି।

କୈବଲ୍ୟ କଣିକା ଟିକେ ଦେଇଦେଲେ ମୁଖେ

ମୁକତି ଲଭେ ନର ଶାସ୍ତ୍ର ଯେଉଁ କଥା ଲେଖେ।


ଏମିତି ଭୂମିଟି ପରେ ଜନମ ଲଭି ସଂସାରେ

 ଗର୍ବ ଗଉରବେ ଛାତି ଫୁଲି ଯାଏ ମୋର ରେ।

ଇଛା ମୋର ଜନ୍ମ ନେବି ଏ ମାଟିରେ ବାର ବାର

ଏହି ଅଳି ଶ୍ରୀ ପୟରେ ହେ ପ୍ରଭୁ ରଙ୍ଗାଅଧର।

ପୁରାଇବ ମନୋ ରଥ ଆହେ କାଳିଆ ସାଆନ୍ତ

ଅନ୍ତ କାଳେ ଗାଉଥିବି ଜୟ ଓଡ଼ିଶା ଜୟ ଜଗନ୍ନାଥ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational