STORYMIRROR

Sambit Srikumar

Inspirational

3  

Sambit Srikumar

Inspirational

ପ୍ରବଞ୍ଚନା

ପ୍ରବଞ୍ଚନା

1 min
149


ଧୃତ ଲୋକଟି କହିଚାଲେ ମିଛ ପରେ ମିଛ

ନିମିଷକେ ରଚିଦିଏ ପ୍ରହେଳିକା ମାୟା 

ବେଶ୍ ଶ୍ରୁତି ମଧୁର ତାହାର ବକ୍ତବ୍ୟ

ସାଉଁଟିଚାଲେ ଆଞ୍ଜୁଳା ଆଞ୍ଜୁଳା ପ୍ରଶଂସା

ମିଠାକଥା ଶୁଣିବାକୁ ବା କାହାର ଅସ୍ପୃହା?

ସତ୍ୟବାଦୀ ବିଚାରଶୀଳ ବ୍ୟକ୍ତି ସଦା କହେ 

ରୋକଠୋକ ନିର୍ଭୁଲ୍ କଟୁ ସତ୍ୟ ବଚନ 

ପ୍ରକାଶେ ନିଠୁର ବାସ୍ତବ ତଥ୍ୟ ନରଖି ଗୋପନ 

ସତ କଥା ତ ସଭିଙ୍କୁ ଅଡୁଆରେ ପକାଏ

କି ଅବା କାହିଁକି ସତକୁ ଅନ୍ତରୁ ଭଲପାଏ?

ଆପଣାର ମୁଖେ ଲେପି କୃତ୍ରିମ ରଙ୍ଗର ପ୍ରଲେପ

ଲୁଚକାଳି ଖେଳୁଥାଏ ବହୁରୂପୀ ଧୃତ ପ୍ରବଞ୍ଚକ 

ସାଜିଥାଏ ସବୁରି ମହଲରେ ପ୍ରଶଂସାର ପାତ୍ର 

ରୂପ ସୌନ୍ଦର୍ଯ୍ୟ ଆଢୁଆଳେ ଚତୁରେ କରୁଥାଏ 

ସଦା କାର୍ଯ୍ୟନିଷ୍ଠ ଯଥା "ବିଷ କୁମ୍ଭ ପୟୋମୁଖ"!

ଚତୁର ଚାଟୁକାରିତାର ଚୋରାବାଲିରେ ରଚିଥାଏ 

ଆନ ଲାଗି ଭୟଙ୍କର ଷଡଯନ୍ତ୍ର ମରଣର ଯନ୍ତା 

ମୁଖେ ରଟି ପ୍ରଶଂସା ପ୍ରଶସ୍ତି କରେ ଆକର୍ଷିତ 

ଧୃତ ପ୍ରବଞ୍ଚକ ଶଠ ଲୋକକୁ ଦୂରରୁ ଜୁହାର 

ସଦା ସ୍ପୃହଣୀୟ ବିଚାରଶୀଳ ବ୍ୟକ୍ତିର ଧିକ୍କାର!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational