Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sambit Srikumar

Inspirational

4.0  

Sambit Srikumar

Inspirational

ମୋ ଗାଁ ଆଗକୁ ବଢୁଛି

ମୋ ଗାଁ ଆଗକୁ ବଢୁଛି

1 min
183


ଭାଇରେ ସତସତିକା ମୋ ଗାଁ ଆଗକୁ ବଢୁଛି

ପୁରା ଦମରେ ପ୍ରଗତି ରାଜପଥରେ ଧାଉଁଛି! 


ରାସ୍ତାଘାଟ ନାଳବନ୍ଧ ସବୁ ଚହଟ ଚିକ୍କଣ ଦିଶୁଛି

ଚାଳ ଘର ଉପରେ ସିମେଣ୍ଟ ଢଳେଇ ହୋଇଛି! 


ବିଲ ବାଡ଼ି ଧାନ କ୍ଷେତ ସବୁ ଗୋଚର ପଡ଼ିଆ ପଡିଛି 

ଗାଁଆ ପୁଅ ଆମ ଦାଦନ ଖଟି ଦୂର ସହରକୁ ଯାଇଛି! 


ଭାଗବତ ଘରୁ ସଞ୍ଜଦୀପ କେବେଠୁ ଲିଭି ତ ଯାଇଛି

କ୍ଲବଘରେ ନିଶା ପାଣିର ଅବାଧ ଉଜାଣି ବୋହୁଛି! 


ପିଲାସାଥି ମୋର ଧୋବ ଧଉଳିଆ କୁଜି ନେତା ବନି ଯାଇଛି

ଗରିବଙ୍କଠୁ ଇନ୍ଦିରା ଆବାସ ପଇସା ଲୁଟିକି ଖୁସିରେ ଖାଉଛି! 


ବିପିଏଲ ପାଇଁ ବାପା ଠାରୁ ପୁଅ ଭିନ୍ନେ ହୋଇଛି 

ବାଟିଏ ଜମିର ମାଲିକ ମାଗଣା ଚାଉଳ ଖାଉଛି! 


ଭେଣ୍ଡିଆ ଟୋକାଟା ଏଠି ବାର୍ଦ୍ଧକ୍ୟ ଭତ୍ତା ପାଉଛି 

ହାତଗୁଞ୍ଜା ଦେଇ ସବୁ ସର୍କାରୀ ସୁବିଧା ଭୋଗୁଛି! 


ପାଲା ଦାସକାଠି ହରି ହାଟ ମେଳା ସମାଧି ଲଭିଛି 

ଆମ ସାହି ଝିଅ ଅଣ୍ଟା ନହକା ଇଙ୍ଗିଲିଶି ନାଚ ନାଚୁଛି! 


ବ୍ରିଟିଶ୍ ଜମାନା ଇସ୍କୁଲରେ ଆମ ବଡ଼ ତାଲାଟିଏ ଝୁଲୁଛି

କୁନି ପୁତୁରାଟି ମୋର ଷ୍ଟାଇଲିରେ କକାକୁ ଅଙ୍କଲ ଡାକୁଛି! 


ଗାଁଆ ମଶାଣିଟା ଯାହା ହତଶିରୀ ହୋଇ ପଡ଼ି ରହିଛି 

ଦୂରୁ ହାତ ଠାରି ମୁରୁକି ମୁରୁକି ପାଖକୁ ତାହାର ଡାକୁଛି! 


ପହିଲି ଆଷାଢ଼ ଭିଜା ମାଟିର ମହକ ମିଳେଇ ଯାଇଛି

କୁମାରପୁନେଇଁ ରଜଦୋଳି ମଜା ମାଟିରେ ମିଶି ଯାଇଛି! 


ଓଷା ବ୍ରତ ପିଠା ପଣା ସବୁ ଶାଶୁ ପାଶୋରି ଦେଇଛି

ଆଧୁନିକା କହି ବୋହୂରାଣୀ କୁକିଙ୍ଗି କିଲାସ ଯାଇଛି!


ଗୁଣ୍ଠେ ଜମି ପାଇଁ ଅଜା ବୁଢ଼ା ଆମ ହାଇ କୋରଟ ଯାଇଛି

ମାଲି ମକଦ୍ଦମା ଧପାବାଜି ଟାଉଟରି ଧନ୍ଦା ବଢି ଯାଇଛି! 


ହୀନ ରାଜନୀତି ତା'ର କୁଟ କପଟର ଖେଳ ଖେଳୁଛି 

ଆପଣା ରକ୍ତର ଭାଇଠୁ ଭାଇକୁ ଦୂରେଇ ଦେଇଛି! 


ଭାବିଲା ବେଳକୁ ଛାତିଟା ମୋହର ଯାହା ଫାଟି ଯାଉଛି

ତଥାପି ଗରବେ କହୁଛି ମୋ ଗାଁ ଆଗକୁ ଆଗକୁ ବଢୁଛି!



Rate this content
Log in

Similar oriya poem from Inspirational