STORYMIRROR

Sambit Srikumar

Inspirational

3  

Sambit Srikumar

Inspirational

ବିଦ୍ୟା ବ୍ୟାପାର

ବିଦ୍ୟା ବ୍ୟାପାର

1 min
210


ଆଜିକାଲି ବିଦ୍ୟା ହେଉଛି ବିକିରି

ଧୂଳିଆ ହାଟରେ ଚାଳିଆ ଘରେ 

ସୁଦୃଶ୍ୟ ସୌଖିନ ବିପଣିରେ

ଯିଏ ପାରିଲା ପୁଳାଏ ଟଙ୍କା ବିଞ୍ଚି

ମନ ଇଚ୍ଛା ଯେତେ ଲୋଡ଼ା

କିଣି ନେଉଛି ବିଡା ବିଡା ଡିଗିରି।

ଯୋଗ୍ୟତାର ମାପକାଠି ଆଜିର ଯୁଗରେ 

ଯାଇଛି ବଦଳି ଅର୍ଥର ପ୍ରାଚୁର୍ଯ୍ୟ ବଳରେ 

ନିର୍ଦ୍ଧନ ମେଧାବୀ ପିଟୁଛି ମଥା ହତାଶାରେ 

ଅଯୋଗ୍ୟ ଅପଦାର୍ଥ ଯେତେକ ହୁଅନ୍ତି ଗଣା 

ଜ୍ଞାନୀ ଗୁଣୀ ବିଜ୍ଞାନୀ ବିଶେଷଜ୍ଞଗଣରେ

ପାରିବାରିକ ପ୍ରତିପତ୍ତି ପତିଆରା ଲଢେଇରେ।

ହୁ ହୁ ହୋଇ ବଢୁଛି ଶିକ୍ଷିତ ବେକାରୀ

ଲୁଚାଛପାରେ ଅବା ଦିନ ଦ୍ୱିପ୍ରହରରେ

ଚାଲିଛି ନିଲାମୀ ସରକାରୀ ଚାକିରୀ

ସୁପାରିଶ ତୋଷାମଦୀ କଳାଟଙ୍କା କାରବାରରେ

ପରିବାବାଲା ହାତେଇ ନେଉଛି ପଦପଦବୀ

ଅନାୟସରେ ଅକ୍ଲେଶରେ ବିନା ପରିଶ୍ରମରେ।

ପାରଦର୍ଶୀ ଦକ୍ଷ ବିଦ୍ଵାନ ପ୍ରାର୍ଥୀ ଯେତେ

ଖଟନ୍ତି ବେଠି ଆପଣାର ଭାଗ୍ୟକୁ ଆଦରି

ମେଧା ଏଠି ମୂଲ୍ୟହୀନ ନାହିଁ ତା' ଆଦର 

ଲାଞ୍ଚୁଆ ମିଛୁଆ ଯୁଗରେ କାହା ଆଗେ

ତୁଛା ଦୁଃଖରେ କରିବା ହାରି ଗୁହାରି

ଲାଗିଲେ ମୂଲ ମିଳିବ ତ ଗଣ୍ଡେ ମଜୁରୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational