STORYMIRROR

Kishore Nayak

Inspirational

3  

Kishore Nayak

Inspirational

ବିଭାବରୀ

ବିଭାବରୀ

1 min
152

ଦିବସର ଅନ୍ତେ କ୍ଷଣଦା ଗମନ୍ତେ 

ମହୀ ହୁଏ ଅନ୍ଧକାର 

ଆଲୋକ ନିବାରି ରଚେ ବିଭାବରୀ 

ପ୍ରକୃତିର ଅଭିସାର ll


ବ୍ୟସ୍ତ ଜନପଦ ସରସୀ କୁମୁଦ 

ନୀରବେ ଯାଆନ୍ତି ଶୋଇ 

ନିର୍ଜନତା ଭାଙ୍ଗେ ଝିଙ୍କାରିର ଶବ୍ଦ 

ଶୂନଶାନ୍ ପଥ ଦେଇ ll


ଶୃଗାଳର ରଡି ଦିଅଇ ବିଗାଡି 

ଗ୍ରାମ ସୀମନ୍ତିନୀ ନିଦ 

ପାଦପ ପତରେ ନିକାଞ୍ଚନେ ବସି 

ଖଦ୍ୟୋତ କରଇ ଖେଦ ll


ତଥାପି ଅନ୍ଧାର ନପାରଇ ନାଶି 

ତା'ର ମିଞ୍ଜି ମିଞ୍ଜି ଜ୍ୟୋତି 

ଏଇ ଦୁଃଖ ତାକୁ ଦେଇଛି ଦଇବ 

ଉପହାସେ କରେ ଭୀତି ll


ଯାମିନୀ ବଢିଲେ ନିଶା ଗରଜିଲେ 

ବିହରନ୍ତି ଅଶରୀରୀ 

ଦୂର ତାଳବଣ, ବିଲଠୁ ଅଙ୍ଗନ 

ଶଙ୍କାରେ ଉଠଇ ପୂରି ll


ପାହାନ୍ତି ପ୍ରହରେ ଉତ୍ତର ଆକାଶେ 

ଦୃଶ୍ୟ ହୁଏ ଧ୍ରୁବତାରା 

ପକ୍ଷୀ କାକଳିରେ ନିନାଦିତ ହୁଏ 

ବ୍ରାହ୍ମମୟ ହୁଏ ଧରା ll


ଅପସରି ଯାଏ ମହୀରୁ ଶର୍ବରୀ 

ଆସଇ ପ୍ରତ୍ୟୁଷ କାଳ

ନିର୍ମଳ ଆକାଶେ ନିଦ୍ରା ତେଜି ଖଗ 

ଉଡିଯାନ୍ତି ଦଳ ଦଳ ll


ନିଦ୍ରା ବରଜିଣ ଆଳସ୍ୟ ତେଜିଣ 

ଉଠନ୍ତି ଜଗତବାସୀ 

ନିଜ ନିଜ କର୍ମେ ଲାଗନ୍ତି ସଭିଏଁ 

ପ୍ରକୃତି ଉଠଇ ହସି ll



ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Inspirational