STORYMIRROR

Prasanna kumar sahu

Inspirational

3  

Prasanna kumar sahu

Inspirational

ଜାଗ ମାନବ

ଜାଗ ମାନବ

1 min
147


ଜାଗ ମାନବ

ଜାଗି ଉଠରେ

ମାନବିକତା ହେଜି,

ଛାଡି ଦିଅରେ

ସ୍ୱାର୍ଥ ପରତା

ପଶୁ ପଣକୁ ତେଜି।


ଶ୍ରେଷ୍ଠ ଜୀବ ଟି

ସଂସାରେ ପରା

ହୋଇ ଅଛୁରେ ତୁହି,

ପଶୁ ପ୍ରକୃତି

ଅପାଣାଉଛୁ

ସ୍ୱାର୍ଥରେ ଅନ୍ଧ ହୋଇ।


ସ୍ୱାର୍ଥାନ୍ଧ ହୋଇ

କରୁଅଛୁରେ

କୁ କର୍ମ ସଂସାରରେ,

ହୀନ ହୋଇଛୁ

ସତରେ ତୁହି

ମଣିଷ ପଣ ଠାରେ।


ମେଣ୍ଟାଇବା ପାଇଁ

ଅର୍ଥ ଲାଳସା

କୁ କର୍ମରେ ଜଡ଼ିତ,

କାମ ତୃଷ୍ନାକୁ

ମେଣ୍ଟାଉ ତୋର

ମନୁଷ୍ୟତା ଯେ ହତ।


ପେଟ ଚାଖଣ୍ଡେ

ଦେଲା ଦଇବ

ତା ପାଇଁ ଏତେ ନାଟ,

ହୀନ ପ୍ରକୃତି

ଦେଖାଉ ତୁହି

ସ୍ୱାର୍ଥରେ ଲଟ ପଟ।


ସ୍ୱାର୍ଥ କୁ ଛାଡି

ବାହାରି ଆସ

ଦେଖିବୁ ବାସ୍ତବ ସୃଷ୍ଟି,

ଏ ଦେହ ପରା

ମିଶିବ ଦିନେ

ମାଟିରେ ହୋଇ ମାଟି।


ଅଢେଇ ଦିନ

କୁଣିଆ ତୁହି

ବିଶାଳ ସଂସାରରେ,

ପୁଣି କାହିଁକି

ବୁଡି ରହୁଛୁ

ଅପକର୍ମ ପଙ୍କରେ ?


ସ୍ୱଚ୍ଛ ମନରେ

କର୍ମ କରି ଯା

ଲଭିବୁ କେତେ ଶାନ୍ତି,

ପରୋପକାରେ

ରଖିବୁ ମନ

ରଖିଣ ମାନବ ପ୍ରୀତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational