STORYMIRROR

Sambit Srikumar

Inspirational

3  

Sambit Srikumar

Inspirational

କଳାବଜାରୀ

କଳାବଜାରୀ

1 min
154


ଏଇ ଉତ୍କଳ ପ୍ରାନ୍ତ ଆମର

ଅଟଇ ଉତ୍କର୍ଷ କଳାର ଦେଶ

ପୂରୁବ - ପଶ୍ଚିମ - ଦକ୍ଷିଣ - ଉତ୍ତର

ଚଉଦିଗେ ସର୍ବତ୍ର କଳାର ପ୍ରକାଶ

ନାନାଦି ପ୍ରତିଭାଧର ଭରପୁର

ଶିଳ୍ପୀ ଗାୟକ କବି କଳାକାର

ପ୍ରତିଭାରେ ଏକ ଆରକୁ ବଳୀଆର!!

ମାତ୍ର ବିଡମ୍ବନା ଭାଗ୍ୟର

ଏଠି ନାହିଁ କଳାର ବଜାର

କି କଳାକାରର ଆଦର

ରହିଛି ଜଘନ୍ୟ କଳା ବଜାର

ହନୁକରଣ ପରସ୍ୱହରଣ ପ୍ରଚୁର

ପୁରସ୍କାର ପାଇଁ ସାଲିସ୍ ଜୋର୍

କେମିତି ଜୀଇଁବ ସଚ୍ଚା କଳାକାର??

କଳା କଳାକାର ପାଇଁ ନାହିଁ

ତିଳେ ପ୍ରୋତ୍ସାହନ ଆଜିର ଦିନରେ

ସମାଜର ବଡ଼ପଣ୍ଡା ବୋଲନ୍ତି ଯେତେକ

ଅନ୍ୟାୟ ବିଚାରନ୍ତି ହୋଇ ମସଗୁଲ୍ 

ତୋଷାମୋଦୀ ପ୍ରିୟାପ୍ରୀତି ତୋଷଣରେ

ଅପାରଗ ଯେ ସାଜନ୍ତି ପ୍ରସାର ଅଗ୍ରଦୂତ

କେମିତି ହୋଇବ ଭଲା ପ୍ରତିଭା ବିକାଶ??



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational