STORYMIRROR

Dr Simant Kumar Nanda

Inspirational

3  

Dr Simant Kumar Nanda

Inspirational

ଜନ୍ମଭୂମି ଭାରତ ମାଆର ସନ୍ତାନ ଆମେ

ଜନ୍ମଭୂମି ଭାରତ ମାଆର ସନ୍ତାନ ଆମେ

1 min
216

ଭାରତ ମାଆର ସନ୍ତାନ ଆମେ 

ଓଡ଼ିଶା ଆମର ମାଟି 

ମାଆ ଆଉ ମାଟି ଆମ ଜନ୍ମଭୁମି

ନ ଦେବା କାହାକୁ ଭେଟି।


ମାଆର ମର୍ଯ୍ୟାଦା ଦେଶର ସମ୍ମାନ

ଧର୍ମ କର୍ମ ଓ କର୍ତ୍ତବ୍ୟ 

ଦେଶ ମାତୃକାର ସେବାରେ ସଭିଏଁ

ରଖିବା ଯତନ ଭାବ।


ବାହାର ଶତ୍ରୁଙ୍କୁ ପ୍ରବେଶି ନ ଦେବା 

 ରହିବା ଦୃଢ଼େ ଜାଗ୍ରତ 

ଚାଇନା ହଉକି ହେଉ ପାକିସ୍ତାନ

ନକରିବା ମଥାନତ।


ଅନ୍ତଃଶତୃ ଯେତେ ଦେଶରେ ରହିକି

କରୁଛନ୍ତି ସବୁ ନାଟ 

ଲୁଟନ୍ତି କାଟନ୍ତି ତଣ୍ଟିକୁ ଚିପନ୍ତି 

ଦେଖାଇବା ତାଙ୍କୁ ବାଟ।


ଡ୍ରଗ ବେପାର ଚୋରା କାରବାର

ଯାହାଙ୍କ ମୂଳ ନିଷ୍ପତ୍ତି 

ଭାଇ ହୋଇ ଭାଇ ପିଲାଙ୍କୁ ଶୋଷନ୍ତି

ତଡିବା ତାଙ୍କୁ ଝଟତି।


ସତ୍ୟ ଦୟା କ୍ଷମା ନ୍ୟାୟ ସୁବିଚାର 

ଭାରତ ମାତାର କୀର୍ତ୍ତି 

ସେ କୀର୍ତ୍ତି ବିହୁନେ ଦେଖା କି ଯାଉନି 

ମାଆ ର ନୁଖୁରା ଛାତି


ଅନ୍ତରୁ କଳୁଷ ପୋଛିଲେ ଟି ସିନା 

 ମାଆ ଆଖୁଁ ଶୁଖିବ ଲୁହ 

ନିଜକୁ ନିଜେ ତୁ ସଜାଡେରେ ବେଗେ

ମିଛରେ ଦେଖାଉ କୋହ।


ଯେବୁଁ ସ୍ଵାଧୀନତା ମିଳିଲାଣି ତୋତେ 

କି ଲାଭ ହୋଇଛି କହ 

ସ୍ୱାଧୀନତା ଶବ୍ଦ ଚାଖି ଚାଖି କିବା 

 ତୁଟୁ ନି ତୋ ମାୟା ମୋହ।


ଏବେ ତୁ ଆବୋରି ଆ ମୋ ଭାଇରେ

କୃଷିର ଉନ୍ନତି ଦିଗେ 

ଶିଳ୍ପାୟନ ପୁଣି ପରିବେଶ ଚିନ୍ତା

ପାଣପାଗ କଥା ବେଗେ।


ଭାରତ ଚିନ୍ତଇ ବିଶ୍ଵର ହିତକୁ 

ବସୁଧୈବ କୁଟୁମ୍ବକଂ ତା ବାର୍ତ୍ତା 

ସେ ମାଆର ସନ୍ତାନ ଅଟୁ ପରା ଆମେ 

ସଭିଙ୍କ ଭଲକୁ ଆମର ଚିନ୍ତା


ମଣିଷ ହେଉକି ପଶୁଟିଏ ହେଉ

ହେଉ ଅବା ବୃକ୍ଷ ରାଜି 

ସଭିଙ୍କ ମଙ୍ଗଳ ସଭିଙ୍କ ସୁସ୍ଥତା

 ପରିପୂରକତା ଜ୍ଞାନକୁ ହେଜି।


ପରିବେଶ ଚିନ୍ତା ଆଜିର ସଂକଳ୍ପ

ଦୃଢ଼ତା ରହିବା ତହିଁ 

ଧ୍ଵଂସ ହୋଇଗଲେ ଉଦ୍ଭିଦ ଜଗତ

ମାନବ ରହିବେ କାହିଁ !


ଆବେଗରେ ଭରି ଆମ ହୃଦୟକୁ 

କବିତା ଲେଖିଲେ କିବା

ଜନ୍ମଭୂମି ପାଇଁ କର୍ତ୍ତବ୍ୟ ସରିଲା

ନିଜେ ନିଜେ ବାଃ ବାବା।


ପୂର୍ବ ସ୍ୱାଧିନତା ସ୍ମୃତିରେ ପାଳୁଛେ

ଉତ୍ସବ ବର୍ଷକୁ ବର୍ଷ 

ସେ ସବୁକୁ ଭୁଲି ଆସରେ

ଚିନ୍ତିବା ଅମୃତ ଭାରତ ବର୍ଷ


ହିନ୍ଦୁ ମୁସଲିମ ଶିଖ୍ ଇସାଇ

ଜୈନ ବୌଦ୍ଧ ହେ ଭାଇ ଭାଇ 

ଗୋଟିଏ ରଜ୍ଜୁରେ ବନ୍ଧା ହୋଇଅଛେ 

ଭାରତୀୟତା ଅଟେ ଆମର ସାଇଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational