Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rakesh Ranjan

Romance

1.7  

Rakesh Ranjan

Romance

ଦ୍ଵିତୀୟ ପ୍ରେମ

ଦ୍ଵିତୀୟ ପ୍ରେମ

1 min
7.4K


ମୋ ପ୍ରେମିକାର ଚତୁର୍ଥୀ ରାତ୍ରିରେ

ପ୍ରେମ କିଣିଲି ମୁଁ ଖଣ୍ଡଗିରି ରାସ୍ତାରେ ।

ସେଦିନ ଠିକ ରାତି ଏଗାରଟା ରେ ,ପାସିଫିକ ହୋଟେଲର ରଙ୍ଗୀନ୍ କୋଠରୀରେ

ଦେଖିଥିଲି ରକ୍ତାଭ ଓଠ ତାର ...ସମଗ୍ର ପୁରୁଷତ୍ଵକୁ ଜଣାଉଥିଲା ଫୁତ୍କାର

ମର୍ତ୍ତ୍ୟରେ ଦେଖିଲି ସେଦିନ,ପଦ୍ମ ପରି ଫୁଟିଥିଲା ଉର୍ବଶୀର ସୁଢ଼ଳ ଯୌବନ ।

ମେନକାଙ୍କ ଲଙ୍ଗଳା କଟି, ଆଉ ରମ୍ଭାଙ୍କ ନାଭିର ସମ୍ଭାର ।

ସୁନନ୍ଦାଙ୍କ ନିବୀ ତଳ ଓ ତିଳୋତ୍ତମାଙ୍କ ମତୁଆଲା ନୟନ ।

କୋଣାର୍କର ନିର୍ଲଜ୍ଜ ନଗ୍ନ ନାୟିକାଗଣ,ଲାଗୁଥିଲେ ଛାର ।।

ପ୍ରଥମ ପ୍ରେମ ମଧ୍ୟ ,ସମ୍ପତି ଓ ପ୍ରତିଷ୍ଠା ଲୋଭରେ

ସେତେବେଳେ ଶୋଇବାକୁ ଆରମ୍ଭିଲା, ଆଉ କାହା ଶେଯରେ....... ।


ଏଠି ମଧ୍ୟ ଥିଲା ଗୋଲାପର ଶେଯ

ତା ହାତରେ ଜାଣିଲି ସେଦିନ ସୋମ ରସର ମାଧୁର୍ଯ୍ୟ

ପବନରେ ଭରିଥିଲା ପଦ୍ମିନୀର ସୁଗନ୍ଧ ...

ନୂଆ ବୋହୁ ପରି ଖୋଲିଥିଲା ନାରୀତ୍ୱର ସମସ୍ତ ପ୍ରାଚୁର୍ଯ୍ୟ

ତାପରେ ଅନାୟାସ ଚୁମ୍ବନ ଓ ନିବିଡ ଆଲିଙ୍ଗନ ।

ସତେ ଯେମିତି ଏତେ ବର୍ଷ ଧରି ସାଇତି ରଖିଥିଲା

କେବଳ ମୋ ପାଇଁ, ତାର ଅଖଣ୍ଡ କୁମାରୀ ଲଜ୍ଜା ।

ବେଶ୍ୟାକୁ ଦେଲି ସେଦିନ , ଦ୍ଵିତୀୟ ପ୍ରେମିକାର ଦର୍ଜା ।


ନିଶ୍ଵାସ ହେଲା ପ୍ରଖର, ମିଳନ ହେଲା ଗଭୀର

ଦେହରେ ବିଦ୍ୟୁତର ବନ୍ୟା....ପୁଲକିତ ଅଙ୍ଗ ଓ କମ୍ପିତ ଅଧର ।

ସେ କମ୍ପନ ଦେଲା ଆହ୍ୱାନ ,ଅନ୍ଧକାର ହେଲା ପୂର୍ଣ୍ଣିମାର ଜହ୍ନ ।।

ସମୟ ହେଲା ସ୍ତବ୍ଧ ,ରାତ୍ରିର ଅସ୍ତିତ୍ଵ,,....ହେଲା ସାର୍ଥକ ।।

ଯୁବକରୁ ପୁରୁଷ ....ହେଲି ମୁଁ ସେଦିନ ।

ସେ ଥିଲା ଉସମାନ ତାରା

ନିସର୍ତ୍ତରେ ଅଜାଡିଥିଲା ପ୍ରେମ ରାତ୍ରି ସାରା ।।

ମୋ ନିଶା ଭରା ଆଖିରେ ।

ଦେଖିଥିଲି ମୋ ବିଜୟର ମୁହଁ, ଉସମାନ ତାରା ଛାତିରେ । ।।


Rate this content
Log in

Similar oriya poem from Romance