ପଡ଼ୋଶୀନି
ପଡ଼ୋଶୀନି
ପୁରୁଣା ଦିଲ୍ଲୀ,ନେହରୁ ବିହାର .....,
ଦୁଇ ନମ୍ବର ଗଳିର ତୃତୀୟ କୋଠା, ମୋ ଭଡାଘର .....,
ମୋ ଘର ବାଲକୋନୀ ସାମ୍ନାରେ, ଯେଉଁ ଘର ଗୋଲାପୀ ରଙ୍ଗର,
ସେଇଟା ...ମୋ ପଡ଼ୋଶୀନିର ......,
ତା ସ୍ୱାମୀ ଅଫିସ ଯିବାପରେ,ତା ଲାଜକୁଳୀ ଝର୍କା ଖୋଲେ,
ବନ୍ଦ ହୁଏ ଅପରାହ୍ନ ହେଲେ,
ସାରା ଦ୍ୱିପ୍ରହର....ମୁଁ ଦେଖେ.... ନିରେଖି ଚାହାଣି ତା ଝର୍କାର,
ମୋ ବାତେରା ବାଲକୋନି ଆଡେ....,
କଲୋନୀ ର ଆଉ ସବୁ ଝର୍କା ,ଆଖି ବୁଜନ୍ତି
ଛୋଟ ଛୁଆ ପରି ଶୋଇଯାନ୍ତି ଖରାବେଳେ........।
ତା ଝର୍କାକୁ ଲାଗି ତାର ଫୁଲଫୁଟି ଗୋଲାପୀ ଶେଯ .....,
ସେଇ ଶେଯରେ ତା ବନ୍ୟ ଯୌବନ ର ଚିତ୍ର ଖେଳେ... ମହମ ଖରା ବେଳେ ।
ଖରା ପରି ଗୋରା ତାର ମୁହଁ,ମେଘ ପରି ଅଭିମାନି ।
ମୋ ଦୁଷ୍ଟ ଆଖି ବେଳେବେଳେ ଦେଖେ, ତା ଲାଜକୁଳୀ ଝର୍କା ଆଡେ ।
ବଦମାସ ପବନ ତା ନାଭି ଆବିଷ୍କାର ରେ ଲାଗିପଡ଼େ ।।
ମୋ ପଡ଼ୋଶୀନିର ଶରୀର,
ହସ୍ତୀନିର ଦେହ ପରି ଦୀର୍ଘ ଉପତ୍ୟକା ।
ଉନ୍ନତ ଛାତି ,ମୁକ୍ତ କେଶ,ମହୁ ଭରା ଓଠର ସମ୍ଭାର,
ତା ଅସ୍ଥାୟୀ ମନ, ସ୍ଥିର ଚାହାଣି ମୋତେ ଇତସ୍ଥତ କରେ ।
ଆଖି ତଳକୁ କରି ଗାଧୋଇବା ପରେ ସେ ଶାଢ଼ୀ ବଦଳେ ।
ଗତ ମଙ୍ଗଳବାର ,ଦିନ ଦୁଇଟା ବେଳ !
ମୋ ଘର ହତଭାଗା କବାଟ ମଥାରେ, ତା ହାତ ର ଆଦର ।
ମୋ ନିଶବ୍ଦ କୋଠରୀରେ କ୍ଷୁଦ୍ର ଘୁର୍ନିବାୟୁ, ମନରେ ଉନ୍ମାଦନା...
ତାପରେ,ସେ ଓଠରେ ଦୁଷ୍ଟ ହସ ଓ ବନ୍ଧନୀ ରୁ ମୁକ୍ତ କେଶ
ମୁଁ କିଛି କହିବା ପୂର୍ବରୁ ......
ମୋ ଓଠରେ ନରମ ସ୍ପର୍ଶ,ଉନ୍ମୁକ୍ତ ତା ଦେହର ସାମ୍ରାଜ୍ୟ।
ବନ୍ଦ କବାଟ,ବନ୍ଦ ବିଜୁଳିବତୀ......ଅଖଣ୍ଡ ନୀରବତା....
ଉନ୍ମତ୍ତ ଅଧର ...ଉଚ୍ହୃଙ୍ଖଳ ଶରୀର....ଆମ ଉପରେ ଅନ୍ଧକାରର ଚାଦର....
ଝଙ୍କୃତ ତନ୍ତ୍ରୀ... ଉଗ୍ର ପ୍ରଶ୍ୱାସ .. ଝଙ୍କୃତ ବାୟୁମଣ୍ଡଳ ......
ହେଲା ଅପରାହ୍ନ ....ସମୟ ନିର୍ବିକାର ...
ଆତ୍ମା ହେଲା ତୁଷ୍ଟ...ଶାନ୍ତ ହେଲା ସ୍ନାୟୁ.. ମାଂସ ହେଲା ଶିଥିଳ ।।।।।R
ପୁରୁଣା ଦିଲ୍ଲୀ,ନେହରୁ ବିହାର .....,
ଦୁଇ ନମ୍ବର ଗଳିର ତୃତୀୟ କୋଠା, ମୋ ଭଡାଘର .....,
ମୋ ଘର ବାଲକୋନୀ ସାମ୍ନାରେ, ଯେଉଁ ଘର ଗୋଲାପୀ ରଙ୍ଗର
ସେଇଟା ...ମୋ ପଡ଼ୋଶୀନିର ......l