Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rakesh Ranjan

Others Romance

3  

Rakesh Ranjan

Others Romance

ପ୍ରେମିକା

ପ୍ରେମିକା

1 min
7.0K


ତମର ଆସିବାର ଖାଲି ଅପେକ୍ଷା

ଏ ଅକ୍ଟୋବରରେ ଆସ, କର ମୋ ନିମନ୍ତ୍ରଣ ରକ୍ଷା ।

ବୁଲିଯିବା ଖଣ୍ଡଗିରିର ପାହାଡ, ଆଉ ଦେଖାଇବି ଚନ୍ଦକାର ହାତୀପଲ

ଚନ୍ଦ୍ରଭାଗାର ସଙ୍ଗମ ଜଳରେ ଭିଜେଇବି ତବ ତନୁ ପଲ୍ଲବ,

ଆକାଶରେ ଆଙ୍କି ଦେବି ତମ ଛବି,

ସମଗ୍ର ବାୟୁମଣ୍ଡଳରେ ଭରିଦେବି, ରଜନୀଗନ୍ଧାର ବାସ ।

ସନ୍ଧ୍ୟାରେ,ପୁରୀ ସମୁଦ୍ର ବେଳାରେ

ଅଳସ ଜହ୍ନକୁ ଆଣି, ବସାଇବି ତମ ପାଖରେ ।।

କୋଣାର୍କରୁ ଆଣିବି ମୂର୍ତ୍ତି, ଦେବି ତୁମକୁ ଉପହାର

ରେଭେନ୍ସାର ସୂର୍ଯ୍ୟଘଡି ଠାରୁ ଉଦୟଗିରି ର ସ୍ଥାପତ୍ୟ,

ସବୁ ହେବ ତୁମର ।

ନନ୍ଦନକାନନକୁ କରିବି ତମ ବଗିଚା,

ଚିଲିକାକୁ ପୋଖରିଣୀ ।

କୋଇଲି ଗାଇବ ଗନ୍ଧର୍ବର ଗୀତ

ଘର ହେବ ସାରା ରାଜଧାନୀ ।

ଆଉ ଭାବିଛି ବଦଳାଇବି ଋତୁ ଚକ୍ର

ତମ ଗାଧୋଇବା ବେଳ ହେବ ବର୍ଷା ଋତୁ

ଦ୍ୱିପ୍ରହର ହେବ ଶୀତ, ସନ୍ଧ୍ୟାରେ ବହିବ ମଳୟ ପବନ

ଆଉ ରାତିରେ ଦେଖିବ ଶରତ ଜହ୍ନ ।।

ସବୁଦିନ ହେବ ଚାନ୍ଦିନୀ ରାତି ,

ତାରା ସବୁ ହେବେ ବିଜୁଳି ବତୀ,

ଚିଲିକାର ସବୁ ଅମାନିଆ ପକ୍ଷୀ ,ଆସି ରହିବେ ତୁମ ପିଞ୍ଜରାରେ ।

ଗଜ ମୋତିରେ କରିବି ମୁଁ ପାଉଁଜି

ଆଉ ତମ ଦେହ ସାରା ଭରିଦେବି ହାର, କୌସ୍ତୁଭ ମଣିରେ ।।

ଏହା ପରେ ମୁଁ ନାସ୍ତିକ,

କରିବି ତେତିଶ କୋଟି ଦେବତାଙ୍କ ଷୋଡଶ ପୂଜା, କରିବି ପ୍ରାର୍ଥନା ।

ଆଖିରେ ଭରି ପ୍ରେମ,ହାତରେ ଧରି ନାଲି ଗୋଲାପ,

ମୁଁ ହେବି କବିରୁ ପ୍ରେମିକ,

ଆଣ୍ଠୁମାଡ଼ି ମାଗିବି ,ତୁମ ହୃଦୟ

ଦେବ କି ନାହିଁ କୁହ ।।।

ରାକେଶ ରଞ୍ଜନ ବିଶ୍ୱାଳ


Rate this content
Log in