STORYMIRROR

Rakesh Ranjan

Tragedy

3  

Rakesh Ranjan

Tragedy

ବର୍ଷ ବର୍ଷ ଗଲା ପରେ

ବର୍ଷ ବର୍ଷ ଗଲା ପରେ

1 min
341


ଝାପ୍ସା ହେଇଥିବା ତମ ହାତ ଲେଖା ଚିଠି

ପ୍ଲାଟଫର୍ମର ସେଇ ଶେଷ ବେଞ୍ଚ,

ତମ ପୁରୁଣା ଘରର ରାସ୍ତା ।

ତମ ଆଲିଙ୍ଗନର ବାସ୍ନା,

କଣ ଭୁଲିହୁଏ ବର୍ଷ ବର୍ଷ ବିତିଗଲେ .....


ଦେହରେ ଲାଗିଯାଇଥିବା ସୁନ୍ଦରୀ ଟ୍ରାଫିକ ପୋଲିସର ଛାଇ

ସ୍କୁଲ ସାର୍ଟରେ ସ୍ମୃତିର ସବୁ ତକ କାଳି 

ରାତିରେ ଦେହରେ ଲାଗିଥିବା କଳଙ୍କର କଳା ରଙ୍ଗ

ବିବାହିତ ଡାକ୍ତରଙ୍କ ଅଫ୍ରୋନରେ ନର୍ସଙ୍କ ଲିପ୍ସଟିକ

କେବେ କଣ ଛାଡିଯାଏ ବର୍ଷ ବର୍ଷ ବିତିଗଲେ ।


ପିଲାବେଳର ହଜିଥିବା ଯେତେସବୁ ଖେଳନା,

ଟ୍ରେନ ଝର୍କାରେ ଉଡିଯାଇଥିବା ଚିଠି

ତମ ନୂଆ ଘରର ଠିକଣା

ମୋ ଖଟ ତଳେ ପଡି ଯାଇଥିବା ତମ ହେୟାର କ୍ଲିପ

କେବେ କଣ ଖୋଜି ହୁଏ ବର୍ଷ ବର୍ଷ ଗଲେ ??


ଆଜିବି ତମକୁ ଦେଖିବାର ଥରେ ଇଚ୍ଛା ...

ତମ କୋଳରେ ଶୋଇଯିବାର ସ୍ବପ୍ନ

ସବୁଦିନ ପାଇଁ ବିଦାୟର ଦୃଢୋକ୍ତି ବା

ଆମେ ହେଲେ ରହିଥାନ୍ତେ ଏକାଠି....

କେବେ କଣ କହିହୁଏ ଏସବୁ ,ବର୍ଷ ବର୍ଷ ଗଲେ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy