ଦିନର ସପନ
ଦିନର ସପନ
ଆକାଶ କୁସୁମ ତୋଳିବା ପାଇଁକି
ଆଶା ନଦୀ କଲି ପାରି
ବନ୍ଧୁ ପରିଜନ ବଇରି ଲାଗିଲେ
ଶ୍ରଦ୍ଧା ଗଲା ଅପସରି ।
ନିରବତା ରଶି ପିପୀଲକା ଗ୍ରାସୀ
ମେଣ୍ଟାଇଲା କ୍ଷୁୁଧ୍ୟା ତୃଷା
ଭରସା ଲିଭିଲା ମାନସର ଘରୁ
ନିିିଶି କରେ ସୁଖେ ବସା ।
ଗରବରେ ହାତ ପ୍ରସାରିତ କରେ
କୁୁୁସୁୁମ ଗଲା ତ ଦୂରେ
ଦିନର ସପନ ଉଭେଇ ଗଲା ମୋ
ପରାଣଟା ଝୁରି ମରେ ।
ସେହି ଦିନୁ ଭାବେ କେହି ନାହିଁ ଭବେ
ସବୁ ଦୁଇ ଦିନ ସାଥି
ଖାଲରେ ପଡ଼ିଲେ ଦେଖା ଦେବେ ନାହିଁ
ହେବା ପାଇଁ ଟିକେ ରଥୀ ।
