STORYMIRROR

Puspanjali Panda

Tragedy

4  

Puspanjali Panda

Tragedy

ଦଇନୀ

ଦଇନୀ

1 min
332

କଳା ମୁହଁ ତୁମ ଅଧାତାଳୁଭଙ୍ଗା

କିରୂପ ମାଧୁରୀ ସତେ

ଦର୍ଶନ ରେ ତୁମ କୋଟି କୈବଲ୍ୟ

ନିଧି ମିଳିଯାଏ ମତେ।


ଜଡ଼ତା ସ୍ଥିରତା ଛନ୍ଦାୟିତ ଗତି

ଆନମନା ହୃଦ ସ୍ଥିତି

ଭୂବନମୋହନ ବାସରେ ଚନ୍ଦନ

କରୁଣାରେ ଭିଜେ କ୍ଷିତି।


ଦିଗନ୍ତ ବିସ୍ତାରି ନବଘନ ଖେଳେ

କଳା ରଙ୍ଗ ଦିଏ ବୋଳି

କଳା ଚକାଡୋଳା ଚୁନକାଳିବୋଳା

ଢାଳୁଅଛ ପ୍ରେମ ବାରି ।


ମରୁଆ ପତ୍ରରେ ତୁଳସୀଦୟଣା

କଳା ରଙ୍ଗେ ରଙ୍ଗ ହେଉ

ସମର୍ପି ଦେଇଛି ଆପଣା ଅସ୍ମିତା 

ପୂର୍ଣ୍ଣ ବ୍ରହ୍ମ ମହାବାହୁ।


ତୁମ ବ୍ୟତିରେକ ଆଖିର ପଲକ

ବିଶ୍ୱାସ କାରେ ନ କରୁ

କଳା କଳା ତୁମ ଚକାଡୋଳା ଦେଖି

ଜୀବନ ଆୟୁଷ ସରୁ।


ଏତିକି ଦଇନି ହେ କଳା ବାମନ

ମରଣ କାଳରେ ଥରେ

ଦେଖାଦେବ ଆହେ ହୃଦୟ ବାନ୍ଧବ

ପ୍ରାଣ ମୋର ଗଲାବେଳେ।


ପାପର ପୁଣ୍ୟ ର ହିସାବ କରିବ

ଆତ୍ମା ଘଟ ପରେ ଥିବ

ଜଗତ ବାନ୍ଧବ ଦଇନୀ ଶୁଣିବ

କରୁଣା ପରଶ ଦେବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy