STORYMIRROR

Akshaya Dash

Action Inspirational Children

4  

Akshaya Dash

Action Inspirational Children

ଦିନବନ୍ଧୁଙ୍କ ଘର

ଦିନବନ୍ଧୁଙ୍କ ଘର

1 min
6


ଏମିତି ଘରଏ ହୋଇଛି ପ୍ରସ୍ତୁତ 


ନାହିଁ ଏଠି କାନ୍ଥ ଛାତ,


ସକଳ ଦରବ ପୁରିରହିଅଛି


ଫଳ,ମୂଳ,ଶାଗ,ଭାତ ।


ସୁରୁଜ ନିଇତି ଆଲୁଅ ଦିଅନ୍ତି


ପୁନେଇଁରେ ଜହ୍ନ ରାତି,


ପାଣି, ପବନକି ମାାଟି ମା'କୋଳ


ପଶୁପକ୍ଷୀ ନାନାଜାତିି ।


କରମ, ପରମ ଧରମ ସରବ 


 ମାନବ ମଙ୍ଗଳ ଘର,


ହରଷେ ସରସ ପରସ ପରାଣେ 


କିଏ କାରନୁହେଁ ପର।


ଏକାଠି ରହୁଛେ ଏଇଘରେ ପୁଣି 


ଗୋଟିଏ ମଣିଷ ଜାତି,


 ଦୀନବନ୍ଧୁକଂର ଏହି ପରିବାର 


 ଦିନ ଗଲେ ଆସେ ରାତି ।।


Rate this content
Log in

Similar oriya poem from Action