STORYMIRROR

Sandhyarani dash

Abstract

4  

Sandhyarani dash

Abstract

ଦିନ ଗଲା ଚାହିଁ ଚାହିଁ

ଦିନ ଗଲା ଚାହିଁ ଚାହିଁ

1 min
294

ବରଷା ଗୋ ତୁମେ ବରଷି ଗଲ ଯେ

ମନ ଅଗଣା ରେ ଯେବେ

ହୃଦୟଟା ମୋର ଖଣ୍ଡ ବିଖଣ୍ଡି ତ

ଦୁନିଆଁ ବୁଝିଲି ତେବେ।

ଟୋପା ଟୋପା ବିନ୍ଦୁ ଝରିପଡେ ଆହା

ନୟନ ମାନେନା କଥା

ସ୍ମୃତିରୁ ଚେନାଏ ଦେଖା ଦିଏ ଆସି

ବଢ଼ି ଯାଏ ମନ ବ୍ୟଥା।

ନୂତନ ଭାବନା ନୂଆ ଉଦ୍ଦୀପନା

କା ପାଶେ କେତେ ଯେ ଥିଲା

ସମୟ ଚକ୍ରରେ ଖୋଲି ଗଲା ସବୁ

ସତ୍ୟ ଦୁନିଆଁ ଦେଖିଲା।

ସରଗର ଚାନ୍ଦ ଭାବିଥିଲି ତୋତେ

ନିତି ଅପେକ୍ଷାରେ ଥିଲି

ବର୍ଷ ମାସ ଦିନ ଗଡ଼ି ଚାଲି ଗଲା

ଚାତକ ପରି ଚାହିଁଲି।

ଭାବି ଥିଲି ହେବି କଳଙ୍କ ବିହୀନ

ଆଉ କିଛି ଖୋଜି ନାହିଁ

ଭଡ଼ା ଘର ଭାବି ହୃଦୟକୁ ମୋର

ଭାଙ୍ଗିଦେଲ କୁହ କାହିଁ।

ଦୂର ବନ୍ଧୁ ହୋଇ ରହି ଥାନ୍ତୁ ଯେବେ

ମନେ ମୋର ଦୁଃଖ ନାହିଁ

ହେଲେ ସେଇ ଭାଗ୍ୟ ନ ଆସିଲା ଦେଖ

ଦିନ ଗଲା ଚାହିଁ ଚାହିଁ ।



Rate this content
Log in

Similar oriya poem from Abstract