ଦୀପଟିଏ ମୁଁ
ଦୀପଟିଏ ମୁଁ
ଛୋଟ ଦୀପଟିଏ ଜଳିବା ଶିଖିଛି
ତାତି ଉଠେ ମୋର ଦେହ
ମାଟିରେ ହେଉ କି ପିତ୍ତଳ ତିଆରି
ମୋ ପରି କେ ଅଛି କୁହ?
ନିଜକୁ ଜାଳି ମୁଁ ଦେଉଛି ଆଲୋକ
ଅନ୍ଧକାର ହୁଏ ଦୂର
ଆକାଶେ ରାତିରେ ଦିଶଇ ତାରକା
ଶୋଭା ମୁଁ ବସୁନ୍ଧରାର l
ମନେ ମୋର ତିଳେ ନାହିଁ ଅଭିମାନ
ଲାଗୁଛି ତୁମ କାମରେ
ଅପାର ଆନନ୍ଦ ପାଉଛି ସେଥିରୁ
ପୂଜିଛି ବିଭୁ ପୟରେ l
